କିଟ୍ ମନ୍ଦିର ଟ୍ରଷ୍ଟ ପରିଚାଳିତ ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରତିଷ୍ଠିତ ଶ୍ରୀଜୀଉଙ୍କ ବିଜେର ଉନବିଂଶ ବାର୍ଷିକ ମହୋତ୍ସବ ଆଜି ଉଦଯାପିତ ହୋଇଯାଇଛି । ୨୪ ତାରିଖରୁ ଚାରି ଦିନ ବ୍ୟାପୀ କିସ୍ ଶ୍ରୀବାଣୀକ୍ଷେତ୍ରରେ ଚାଲିଥିବା ଶ୍ରୀ ଜଗନ୍ନାଥ ମନ୍ଦିର ଓ ଅନ୍ୟନ୍ୟ ମନ୍ଦିର ସମୂହ ପ୍ରତିଷ୍ଠାର ଉନବିଂଶ ବାର୍ଷିକ ପ୍ରତିଷ୍ଠା ମହୋତ୍ସବ ଓ ଶାନ୍ତି ଯଜ୍ଞ ଆଜି ସମ୍ପନ୍ନ ହୋଇଯାଇଛି ।ଏହି ମହୋତ୍ସବର ପୂର୍ଣ୍ଣାହୁତି କାର୍ଯ୍ୟ ସମ୍ପୂର୍ଣ୍ଣ ବିଧି ମୁତାବକ ସମ୍ପନ୍ନ ହୋଇଥିଲା । ଟେମ୍ପଲ ଟ୍ରଷ୍ଟର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଏଥିରେ ପୂର୍ଣ୍ଣାହୁତି ପ୍ରଦାନ କରିଥିଲେ । ଏହି ପବିତ୍ର ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବାବା ରାମନାରାୟଣ ଦାସ, ସ୍ୱାମୀ ଚିଦାନନ୍ଦ ସରସ୍ଵତୀ, ସ୍ଵାମୀ ଜଗନ୍ନାଥାନନ୍ଦ ସରସ୍ଵତୀ, ସୂର୍ଯ୍ୟ ନାରାୟଣ ରଥଶର୍ମା, ପଣ୍ଡିତ ପ୍ରବୋଧ ମିଶ୍ରଙ୍କ ସମେତ ବହୁ ସାଧୁସନ୍ଥ ଯୋଗ ଦେଇଥିଲେ । ଶେଷରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା ।

More Stories
ହସ୍ପିଟାଲ ଯାଉଥିବା ବେଳେ ନାବାଳିକାଙ୍କୁ ଟେକିନେଲେ ଦୁର୍ବୃତ୍ତ, କାର୍ ଭିତରେ ଗଣବଳାତ୍କାର କରି…
ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ
ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ୍