ଭୁବନେଶ୍ବର: ଟିଭି ଦେଖିବାକୁ ଦେଲେନି ବୋଲି ଘର ଛାଡ଼ି ପଳାଇଲେ ସ୍ବାମୀ। ୨୪ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମିଳୁନି ପତ୍ତା। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ବର ମୈତ୍ରୀ ବିହାର ଅଞ୍ଚଳରେ। ନିଖୋଜ ବ୍ୟକ୍ତିଙ୍କ ପରିଚୟ ମଙ୍ଗୁ ସାହୁ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ମଙ୍ଗୁଙ୍କ ପତ୍ନୀ ତାଙ୍କୁ ସନ୍ଧ୍ୟାରେ ସିରିୟଲ ବଦଳରେ ଭଗବତ୍ ଗୀତା ପଢ଼ିବାକୁ କହିବାରୁ ସେ ରାଗିଯାଇ ଘରୁ କେଉଁଆଡ଼େ ଚାଲିଯାଇଥିବା ଅଭିଯୋଗ ହୋଇଛି।ପ୍ରାୟ ୨୪ଘଣ୍ଟା ବିତିଯାଇଥିଲେ ବି ତାଙ୍କର କୌଣସି ଖୋଜ ଖବର ମିଳିପାରିନାହିଁ। ଅନ୍ୟପଟେ ନିଖୋଜ ମଙ୍ଗୁ ସାହୁଙ୍କୁ ଖୋଜିବା ପାଇଁ ମୈତ୍ରୀ ବିହାର ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ। ଅଭିଯୋଗ ଆଧାରରେ ନୀଳମାଧବ ନିବାସରେ ରହୁଥିବା ମଙ୍ଗୁ ସାହୁଙ୍କ ଠିକଣା ପାଇବା ପାଇଁ ମୈତ୍ରୀ ବିହାର ପୋଲିସର ଛାନଭିନ ଆରମ୍ଭ। ଡାହାଣ କିଡନୀ ବଦଳରେ ବାମ କିଡନୀ କାଢ଼ିଦେଲେ ସର୍ଜନ, ମୃତକଙ୍କ ପରିବାରକୁ ମିଳିଲା ୨ କୋଟି ଟଙ୍କା କ୍ଷତିପୂରଣ

More Stories
ହସ୍ପିଟାଲ ଯାଉଥିବା ବେଳେ ନାବାଳିକାଙ୍କୁ ଟେକିନେଲେ ଦୁର୍ବୃତ୍ତ, କାର୍ ଭିତରେ ଗଣବଳାତ୍କାର କରି…
ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ
ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ୍