ଛତୁ ଖାଇ ୬ ଅସୁସ୍ଥ, ହିନ୍ଦୋଳ ଥାନା କାନ୍ତିମିଳି ପଞ୍ଚାୟତ ଧୁବୁନୀନନ୍ଦ ଗାଁରେ ଛତୁ ଖାଇ ୬ ଅସୁସ୍ଥ । ଗୁରୁତର ଅବସ୍ଥା ରେ ଉଦ୍ଧାର ହୋଇ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି । ୬ ଜଣ ଙ୍କ ମଧ୍ୟରୁ ଚାରି ମହିଳା ଓ ଦୁଇ ପିଲା ଥିବା ଜଣା ପଡିଛି। କାନ୍ତାମିଲା ପଞ୍ଚାୟତ ଧୁବୁନୀନନ୍ଦ ଗାଁର ବଳରାମ ପ୍ରଧାନଙ୍କ ଘର ବାରି ପଟେ ଛତୁ ହୋଇଥିଲା।ସେହି ଛତୁ ଆଣି ଆଜି ଘର ଲୋକ ଖାଇ ଥିଲେ। ଛତୁ ଖାଇବାର କିଛି ସମୟ ପରେ ଚାରି ମହିଳା ଓ ଦୁଇ ପିଲାଙ୍କ ବାନ୍ତି ବାରମ୍ବାର ହେବାରୁ ୬ ଜଣ ଯାକ ଗୁରୁତର ହୋଇ ଯାଇଥିଲେ। ପରିବାରର ଅନ୍ୟ ଲୋକେ ଦେଖି ତୁରନ୍ତ ସେମାନଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
More Stories
ହାତୀ କରିଡରରେ ଓହଳିଛି ବିଦ୍ୟୁତ ତାର: ଟାଟା ପାୱାର ଓ ବନ ବିଭାଗ ମଧ୍ୟରେ ସମନ୍ବୟ ଅଭାବ, ବଢୁଛି ଚିନ୍ତା ।
ସରକାରଙ୍କ ବଡ଼ ଘୋଷଣା! ଦୀପାବଳିରେ ମହିଳାଙ୍କୁ ମିଳିବ ମାଗଣା ଗ୍ୟାସ ସିଲିଣ୍ଡର, ଜାଣନ୍ତୁ କେମିତି ଉଠାଇବେ ଲାଭ ।
ଟାଇଗର ଶ୍ରଫ ନୁହେଁ ଏହି ସେଲିବ୍ରିଟି ଥିଲେ ଟାର୍ଗେଟରେ…ଗୁଳିମାଡ଼ ମାମଲାରେ ଚାଞ୍ଚଲ୍ୟକର ଖୁଲାସା