ଛତୁ ଖାଇ ୬ ଅସୁସ୍ଥ, ହିନ୍ଦୋଳ ଥାନା କାନ୍ତିମିଳି ପଞ୍ଚାୟତ ଧୁବୁନୀନନ୍ଦ ଗାଁରେ ଛତୁ ଖାଇ ୬ ଅସୁସ୍ଥ । ଗୁରୁତର ଅବସ୍ଥା ରେ ଉଦ୍ଧାର ହୋଇ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି । ୬ ଜଣ ଙ୍କ ମଧ୍ୟରୁ ଚାରି ମହିଳା ଓ ଦୁଇ ପିଲା ଥିବା ଜଣା ପଡିଛି। କାନ୍ତାମିଲା ପଞ୍ଚାୟତ ଧୁବୁନୀନନ୍ଦ ଗାଁର ବଳରାମ ପ୍ରଧାନଙ୍କ ଘର ବାରି ପଟେ ଛତୁ ହୋଇଥିଲା।ସେହି ଛତୁ ଆଣି ଆଜି ଘର ଲୋକ ଖାଇ ଥିଲେ। ଛତୁ ଖାଇବାର କିଛି ସମୟ ପରେ ଚାରି ମହିଳା ଓ ଦୁଇ ପିଲାଙ୍କ ବାନ୍ତି ବାରମ୍ବାର ହେବାରୁ ୬ ଜଣ ଯାକ ଗୁରୁତର ହୋଇ ଯାଇଥିଲେ। ପରିବାରର ଅନ୍ୟ ଲୋକେ ଦେଖି ତୁରନ୍ତ ସେମାନଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

More Stories
ହସ୍ପିଟାଲ ଯାଉଥିବା ବେଳେ ନାବାଳିକାଙ୍କୁ ଟେକିନେଲେ ଦୁର୍ବୃତ୍ତ, କାର୍ ଭିତରେ ଗଣବଳାତ୍କାର କରି…
ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ
ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ୍