ଆଜି ବାଜିବ ନିର୍ବାଚନ ବିଗୁଲ। ଅଷ୍ଟାଦଶ ଲୋକସଭା ଓ ୪ ରାଜ୍ଯର ବିଧାନସଭା ନିର୍ବାଚନ ଲାଗି ଘୋଷଣା ହେବ ତାରିଖ। ୭ କିମ୍ବା ୮ ପର୍ଯ୍ୟାୟରେ ନିର୍ବାଚନ କରିବାକୁ ଘୋଷଣା କରିପାରନ୍ତି ଇସିଆଇ। ୫୪୩ ଲୋକସଭା ଆସନ ଏବଂ ଓଡ଼ିଶା , ଆନ୍ଧ୍ରପ୍ରଦେଶ , ଅରୁଣାଚଳ ପ୍ରଦେଶ ଓ ସିକ୍କିମ ବିଧାନସଭାର ମୋଟ ୪୧୪ ଆସନ ଲାଗି ଘୋଷଣା ହେବ ତାରିଖ। ନିର୍ବାଚନ ତାରିଖ ଘୋଷଣା କରିବେ ମୁଖ୍ଯ ନିର୍ବାଚନ କମିଶନର ରାଜୀବ କୁମାର, ଦୁଇ କମିଶନର ଜ୍ଞାନେଶ କୁମାର ଓ ସୁଖବୀର ସିଂ ସାନ୍ଧୁ। ଏହା ସହ ଦେଶରେ ଲାଗୁହେବ ନିର୍ବାଚନ ଆଚରଣ ବିଧି। ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଙ୍କନ ଦାଖଲ, ପ୍ରାର୍ଥୀପତ୍ର ପ୍ରତ୍ଯାହାର ଠାରୁ ଆରମ୍ଭ କରି ଚୁଡ଼ାନ୍ତ ପ୍ରାର୍ଥୀ ତାଲିକା ସହ ବିଭିନ୍ନ କଟକଣା ମଧ୍ଯ ଲଗାଇବେ ନିର୍ବାଚନ କମିଶନ। ୨୦୧୯ରେ ୭ ପର୍ଯ୍ୟାୟରେ ଅର୍ଥାତ ୧୧, ୧୮, ୨୩, ୨୯ ଏପ୍ରିଲ ଏବଂ ୬, ୧୨ ଓ ୧୯ ମେରେ ହୋଇଥିଲା ନିର୍ବାଚନ।
More Stories
କିଏ ଏହି ରେଭେନ୍ସା ? କାହିଁକି ତାଙ୍କ ନାମରେ ନାମିତ ହୋଇଛି ବିଶ୍ୱବିଦ୍ୟାଳୟ ? ଜାଣନ୍ତୁ…
ବଢ଼ିଲା କମର୍ସିଆଲ ଗ୍ୟାସ ଦର
ଆଜିଠାରୁ ସୁଭଦ୍ରା ଯୋଜନାର ପଞ୍ଜୀକରଣ