July 1, 2026

Now Odisha

Now Odisha

ଆକାଶରୁ ବର୍ଷୁଛି ନିଆଁ; ରେକର୍ଡ଼ ଭାଙ୍ଗୁଛି ତାତି

Spread the love

ଆକାଶରୁ ବର୍ଷୁଛି ନିଆଁ। ତତଲା କଡ଼େଇରେ ଛଟପଟ ହେଉଛନ୍ତି ୟୁରୋପ ବାସୀ। ୨୦୨୬ ଜୁନ୍ ମାସରେ ପଶ୍ଚିମ ୟୁରୋପରେ ଅତ୍ୟଧିକ ତାତି ଲହରୀ କେନ୍ଦ୍ରୀୟ ଓ ପୂର୍ବ ୟୁରୋପ ଆଡ଼କୁ ବ୍ୟାପିଛି। ଡେନମାର୍କରୁ ସ୍ୱିଜରଲ୍ୟାଣ୍ଡ ଓ ଜର୍ମାନୀ ପର୍ଯ୍ୟନ୍ତ ରେକର୍ଡ ତାପମାତ୍ରା ପ୍ରଳୟ ଆଣିଛି। ରାସ୍ତା ପିଚୁ ତରଳିବା, ପରିବହନ ବ୍ୟାହତ, ହସ୍ପିଟାଲ୍ ଉପରେ ଚାପ ଏବଂ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁସାରେ ଜୁନ୍ ୨୧ ପରେ ୧,୩୦୦ରୁ ଅଧିକ ଅତିରିକ୍ତ ମୃତ୍ୟୁ ହୋଇଛି।

ଜର୍ମାନୀରେ ଜୁନ ମାସରେ ତାପମାତ୍ରା ୪୧.୫°C ପହଞ୍ଚି ସାଧାରଣ ରେକର୍ଡ୍ ଭାଙ୍ଗିଛି। ଆଉଟୋବାନ୍ (A2 ହାଇୱେ) ରାସ୍ତା ଫାଟିଯାଇଛି। ଟ୍ରେନ୍ ସେବା ପ୍ରଭାବିତ ହୋଇଛି।ଫ୍ରାନ୍ସରେ ଅଧିକାଂଶ ଅଞ୍ଚଳରେ ରେଡ୍ ଆଲର୍ଟ୍ ଜାରି କରାଯାଇଛି। ଜୁନ୍ ରେ ରେକର୍ଡ୍ ତାପମାତ୍ରା ୪୦°C ଉପରେ ରହିଛି। ପ୍ରାୟ ୧,୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ମୁଖ୍ୟତଃ ବୃଦ୍ଧ ଅଛନ୍ତି ଓ ଅନେକ ପାଣିରେ ବୁଡ଼ି ଯାଇଛନ୍ତି। ବର୍ତ୍ତମାନ ପାଇଁ ସ୍କୁଲ ଏବଂ ଇଭେଣ୍ଟ ବନ୍ଦ ରଖାଯାଇଛି।

ୟୁକେରେ ଜୁନ୍ ମାସରେ ୩୭.୧°C ତାପମାତ୍ରା ରେକର୍ଡ଼ କରାଯାଇଛି। ଡେନମାର୍କରେ ୩୭°C (୧୮୭୪ ପରେ ସର୍ବୋଚ୍ଚ), ସ୍ୱିଜରଲ୍ୟାଣ୍ଡରେ ୩୮.୮°C, ନେଦରଲ୍ୟାଣ୍ଡ, ବେଲଜିୟମ୍, ଚେକ ରିପବ୍ଲିକ ଆଦିରେ ରେକର୍ଡ଼ ଭଙ୍ଗା ତାତି ଅନୁଭୂତ ହୋଇଛି।

ସରକାରମାନେ ଲୋକଙ୍କୁ ଘର ଭିତରେ ରହିବା, ହାଇଡ୍ରେଟେଡ୍ ରହିବା ଏବଂ ବୃଦ୍ଧଙ୍କୁ ଯତ୍ନ ନେବାକୁ ପରାମର୍ଶ ଦେଇଛନ୍ତି। କିଛି ସ୍ଥାନରେ ସ୍କୁଲ୍, କନସର୍ଟ ଏବଂ ଆଉଟଡୋର୍ ଇଭେଣ୍ଟ୍ ବନ୍ଦ ହୋଇଛି।

error: Content is protected !!