ପରିବେଶକୁ ପ୍ରଦୂଷଣ କରିବା ସହିତ ସାଧାରଣ ଜନତା ଏବଂ ଜଙ୍ଗଲି ଜୀବଜନ୍ତୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟିକରୁଛି କ୍ରସର । କ୍ରସର ଗୁଣ୍ଡ ଯୋଗୁଁ ଚାଷବାସ ସବୁ ଗୋଟାଏ ପ୍ରକାର ଠପ୍ ହୋଇଯାଉଛି । ଶବ୍ଦ ପ୍ରଦୂଷଣ ଓ ଧୂଳିଗୁଣ୍ଡରେ ଆତଙ୍କିତ ଗ୍ରାମବାସୀ । ପଥର ବ୍ଲାଷ୍ଟିଙ୍ଗ୍ ଯୋଗୁଁ ଘରେ ସୃଷ୍ଟି ହେଉଛି ଫାଟ ।
ସୁବର୍ଣ୍ଣପୁର ଜିଲ୍ଲା ବିନିକା ତହସିଲ ଟାଙ୍ଗରକରଲେ ଅଞ୍ଚଳରେ ରହିଛି ପଥର କ୍ରସର ।ଏହାର ସିଧାସଳଖ ଫାଇଦା ଉଠାଇ କୋଟି କୋଟି ଟଙ୍କାର ଚୋରା ପଥର ଚାଲାଣ କରୁଛନ୍ତି କ୍ରସର ମାଲିକମାନେ । ଦିନରାତି ଧରି ପଥର ବ୍ଲାଷ୍ଟିଙ୍ଗ୍ ଓ କ୍ରସର ଚାଲିବା ଯୋଗୁଁ ଅଞ୍ଚଳରେ ଘରଗୁଡ଼ିକ ଥରିବା ସହ କାନ୍ଥ ଏବଂ ଛାତରେ ବଡ଼ ବଡ଼ ଫାଟ ସୃଷ୍ଟି ହେଉଛି । କ୍ରସର ଗୁଣ୍ଡ ଯୋଗୁଁ ଚାଷଜମି ନଷ୍ଟ ହେଲାଣି । ଅଭିଯୋଗ ଅନୁଯାୟୀ, କ୍ରସର ମାଲିକମାନେ ଅତି ଚତୁରତାର ସହ ମାତ୍ର କେଇ ସେମିର ରାଜସ୍ୱ ଦେଇ ହଜାର ହଜାର ସେମିର ପଥରଚାଲାଣ କରୁଛନ୍ତି । ପୂର୍ବରୁ ଏଠାରେ ଅନେକ ଔଷଧୀୟ ବୃକ୍ଷଲତା ସହ ଜଙ୍ଗଲୀ ପରିବେଶ ପରିପୂର୍ଣ୍ଣ ଥିଲା, କିନ୍ତୁ ବେଆଇନ ଖନନ ଯୋଗୁଁ ବଡ଼ ବଡ଼ ଗାତ ସୃଷ୍ଟି ହୋଇଛି । ଯାହା ବିପଦକୁ ନିମନ୍ତ୍ରଣ କରୁଛି ।
ଅଧିକ ପଢ଼ନ୍ତୁ : ସମୁଦ୍ର ଗର୍ଭରେ ଲୀନ ହେଉଛି ପୋଡମପେଟା ଗାଁ; କ୍ୟାମେରାରେ କଏଦ ହେଲା ପ୍ରକୃତିର କରାଳ ରୂପ
କେବଳ ଯେ ପଥର ବେଆଇନ ଭାବରେ ଫଟାଉଛନ୍ତି ତାହା ନୁହେଁ, ପଥର କୁଆଁରୀରୁ ଶହ ଶହ ଫୁଟ ପଥର ଫଟାଇଲା ପରେ ସେହି ଗାତଗୁଡ଼ିକୁ ସେମିତି ଖୋଲାମେଲା ଛାଡ଼ି ଦିଆଯାଉଛି । ଯେଉଁଥିରେ ପଡ଼ି ନିରୀହ ପଶୁପକ୍ଷୀ ଏବଂ ମଣିଷଙ୍କ ଜୀବନ ଯାଉଛି । ଅନ୍ୟପଟେ ଓଭରଲୋଡ୍ ଗାଡ଼ି ଚଳାଚଳ ଯୋଗୁଁ ସ୍ଥାନୀୟ ରାସ୍ତା ଏବେ ମରଣଯନ୍ତା ପାଲଟିଛି । ଏନେଇ ବାରମ୍ବାର ଖଣି ବିଭାଗର ଅଧିକାରୀ, ତହସିଲଦାରଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଉଥିଲେ ମଧ୍ୟ ଲାଭ ନାହିଁ । ଅନ୍ୟପଟେ, ଅଭିଯୋଗ ମିଳିବା ପରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ ।
ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ସହ ଆଗାମୀ ଦିନରେ ଯଦି ବେଆଇନ ଖନନ ଓ ପଥର ବ୍ଲାଷ୍ଟିଙ୍ଗ୍ ଉପରେ ରୋକ ଲଗା ନଯାଏ, ତେବେ ଜୋରଦାର ହେବ ଆନ୍ଦୋଳନ । ସେଥିପାଇଁ ସଜବାଜ ହେଲେଣି ସ୍ଥାନୀୟ ଅଧିବାସୀ ।

More Stories
ଔପଦାରେ ଅଭାବନୀୟ କାଣ୍ଡ: ଏକତରଫା ପ୍ରେମରୁ ଶିକ୍ଷୟତ୍ରୀଙ୍କ ସହ ପରିବାର ସଦସ୍ୟଙ୍କୁ ଗୋଡ଼ାଇ ହାଣିଲେ ପ୍ରେମିକ
ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ
୪ ବର୍ଷରୁ କମ ବୟସର ପିଲାମାନଙ୍କୁ ଦିଆଯିବ ନାହିଁ ଏହି ଥଣ୍ଡା-କାଶ ଔଷଧ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି