ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ଆର୍.ଉଦୟଗିରି ଓ ନୂଆଗଡ ବ୍ଲକ ଅଞ୍ଚଳରୁ । ଦୁଇ ବ୍ଲକରୁ ପ୍ରାୟ ୩ ଶହରୁ ଅଧିକ ଚାଷୀ ଠକାମୀର ଶିକାର ହୋଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।
ସୂଚନା ପ୍ରକାରେ ଚାଷୀଙ୍କ ଜମିରେ ଜଳ ସେଚନ ପାଇଁ ବୋର୍ ୱେଲ ଖନନ କରି ସୋଲାର ଯୋଗାଇ ଦେବାକୁ ପ୍ରଲୋଭନ ଦେଖାଇ ଗଂଜାମ ଜିଲା ଖଲିକୋଟର ସନ୍ଦୀପ ପଟ୍ଟନାୟକ ନାମକ ବ୍ୟକ୍ତି ଜଣଙ୍କ ପିଛା ୧୨ ହଜାର ଟଙ୍କା ଲେଖାଏଁ ଠକି ନେଇଯାଇଥିଲେ ।ଟଙ୍କା ନେଇ ଚାଷୀଙ୍କୁ ପ୍ରତିଶ୍ରୁତି ମୁତାବକ ସୁଵିଧା ଯୋଗାଇ ନ ଦେବାରୁ ଶେଷରେ ବାଧ୍ୟ ହୋଇ ଅଞ୍ଚଳର ଠକାମୀରେ ଶିକାର ହୋଇଥିବା ଶତାଧିକ ଚାଷୀମାନେ ଏକତ୍ରିତ ହୋଇ ଆର୍.ଉଦୟଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

More Stories
ଆଡଭାନୀଙ୍କୁ ବାସଭବନରେ ସାକ୍ଷାତ କଲେ ମୋଦି, କହିଲେ….
ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….
କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…