ଶ୍ରୀମନ୍ଦିର ଉପରେ ଅଜଣା ପକ୍ଷୀ । ଦୀର୍ଘ ସମୟ ଧରି ଶ୍ରୀମନ୍ଦିର ଚାରିପାଖରେ ଘୁରି ବୁଲୁଥିବା ଏହି ପକ୍ଷୀ ସୁରକ୍ଷାକର୍ମୀଙ୍କ ନଜରକୁ ଆସିଥିଲା। ପରେ ସେମାନେ ସତର୍କତାର ସହ ପକ୍ଷୀଟିକୁ ଧରି ଉଦ୍ଧାର କରିଥିଲେ । ପକ୍ଷୀଟି କେଉଁ ପ୍ରଜାତିର ଏବଂ କିପରି ଶ୍ରୀମନ୍ଦିର ପରିସରକୁ ଆସିଲା, ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।ତେବେ ପକ୍ଷୀ ବୁଲିବାକୁ ନେଇ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ୱରେ ଏକ ବିଦେଶୀ ପ୍ରଜାତିର ପକ୍ଷୀ ବୁଲୁଥିବା ଦେଖିବାକୁ ମିଳିବା ପରେ ସୁରକ୍ଷାକର୍ମୀମାନେ ତତ୍ପରତାର ସହ ଏହାକୁ ଉଦ୍ଧାର କରିଛନ୍ତି।

More Stories
ଆଡଭାନୀଙ୍କୁ ବାସଭବନରେ ସାକ୍ଷାତ କଲେ ମୋଦି, କହିଲେ….
ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….
କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…