ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ୍ ସ୍ଥିତ ‘ଘେଁସ୍ କଲେଜ’ର ନାମ ସୋମବାରଠାରୁ ଆନୁଷ୍ଠାନିକ ଭାବେ ବଦଳିଛି। ଏହି ଅଞ୍ଚଳର ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିରେ ଏଣିକି ଏହାକୁ ‘ଶହୀଦ ମାଧୋ ସିଂହ କଲେଜ’ ନାମରେ ନାମିତ କରାଯାଇଛି। ସମ୍ବଲପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ପତ୍ର ସଂଖ୍ୟା- ୧୬୫୯, ତାଙ୍ଗ-୦୬/୦୭/୨୦୨୬ ଅନୁଯାୟୀ ଏହି ନାମ ପରିବର୍ତ୍ତନ କରାଯାଇଥିବା ଜଣାପଡ଼ିଛି।
ଉଲ୍ଲେଖନୀୟ ଯେ, ବିପ୍ଳବୀ ଶହୀଦ୍ ମାଧୋ ସିଂହ ଘେଁସ୍ ମାଟିର ବୀର ସନ୍ତାନ ଥିଲେ। ଦେଶର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଏବଂ ତାଙ୍କ ସମ୍ପୂର୍ଣ୍ଣ ପରିବାରର ତ୍ୟାଗ ଓ ବଳିଦାନ ଅତୁଳନୀୟ ଥିଲା। ଏହି ମହାନ ବୀରଙ୍କ ସ୍ମୃତି ଓ ଗୌରବକୁ ବଜାୟ ରଖିବା ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା। ପ୍ରଶାସନର ଏହି ନିଷ୍ପତ୍ତି କ୍ରମେ କଲେଜଟି ଶହୀଦ ମାଧୋ ସିଂହଙ୍କ ନାମରେ ନାମିତ ହେବା ପରେ ସ୍ଥାନୀୟ ଅଞ୍ଚଳବାସୀ, ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି।

More Stories
ଲଗାଣ ବର୍ଷାରେ ଧୋଇଗଲା ନିର୍ମାଣାଧୀନ ରିଂ ରୋଡ୍: କାମ ନସରୁଣୁ ରାସ୍ତାର ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନବାଚୀ
କାନ୍ସରେ ଐଶ୍ୱର୍ଯ୍ୟାଙ୍କ ଜଲୱା: ହାତତିଆରି ବ୍ଲୁ ଗାଉନ୍ ପାଇଁ ଲାଗିଥିଲା ୧୫୦୦ ଘଣ୍ଟା
ସୂର୍ଯ୍ୟଙ୍କ ପ୍ରଖର କିରଣରେ ଜଳୁଛି ଓଡ଼ିଶା