July 8, 2026

Now Odisha

Now Odisha

ଲଗାଣ ବର୍ଷାରେ ଧୋଇଗଲା ନିର୍ମାଣାଧୀନ ରିଂ ରୋଡ୍‌: କାମ ନସରୁଣୁ ରାସ୍ତାର ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନବାଚୀ

Spread the love

 ପ୍ରଥମ ବର୍ଷାରେ ହିଁ ଖୋଲିଯାଇଛି ବିକାଶର ଅସଲ ଚେହେରା। ବରଗଡ଼ ସହର ଉପକଣ୍ଠ ଜୀରା ନଦୀ ପାର୍ଶ୍ୱରେ ଚାଲିଥିବା ବହୁ ପ୍ରତୀକ୍ଷିତ ରିଂ ରୋଡ୍ ନିର୍ମାଣ କାର୍ଯ୍ୟ ଶେଷ ନ ହେଉଣୁ, ଗତ କିଛି ଦିନର ଲଗାଣ ବର୍ଷାରେ ଏହାର ବିଭିନ୍ନ ଅଂଶ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି। କାମ ନ ସରୁଣୁ ରାସ୍ତା ମାଟିରେ ମିଶିଯିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି ଏବଂ ଏହାର ସ୍ଥାୟିତ୍ୱକୁ ନେଇ ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ବରଗଡ଼ ସାଇ ମନ୍ଦିରଠାରୁ ରୁହୁଣିଆଁ ପର୍ଯ୍ୟନ୍ତ ନିର୍ମାଣ ହେବାକୁ ଥିବା ଏହି ରିଂ ରୋଡ୍‌ର କାର୍ଯ୍ୟ ପୂର୍ବତନ ବିଜେଡି ସରକାର ସମୟରୁ ଆରମ୍ଭ ହୋଇଥିଲା। ହେଲେ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ନିର୍ମାଣ କାର୍ଯ୍ୟରେ ଅହେତୁକ ଶୀଥିଳତା ଏବଂ ମନ୍ଥର ଗତି ଯୋଗୁ ସାମାନ୍ୟ ବର୍ଷାରେ ହିଁ କୋଟି କୋଟି ଟଙ୍କାର ଅର୍ଥ ପାଣିରେ ପଡ଼ୁଥିବା ନେଇ ଜନସାଧାରଣ ଅଭିଯୋଗ କରିଛନ୍ତି।

ବର୍ତ୍ତମାନ ବର୍ଷା ଦିନ ଆରମ୍ଭ ହୋଇଥିବା ବେଳେ ଆଗକୁ ଜୀରା ନଦୀରେ ବନ୍ୟା ଆସିବାର ସମ୍ଭାବନା ରହିଛି। ଯଦି ପ୍ରଥମ ପର୍ଯ୍ୟାୟ ଲଗାଣ ବର୍ଷାରେ ନିର୍ମାଣାଧୀନ ରାସ୍ତାର ଏଭଳି ଅବସ୍ଥା ହୋଇଛି, ତେବେ ନଦୀରେ ବନ୍ୟା ଜଳ ଆସିଲେ ଏହି ଆଧାପାନ୍ତରିଆ ରିଂ ରୋଡ୍‌ର ଅସ୍ତିତ୍ୱ ରହିବ କି ନାହିଁ, ତାକୁ ନେଇ ସହରବାସୀ ଚିନ୍ତାରେ ପଡ଼ିଛନ୍ତି। ନଦୀକୂଳିଆ ଅଞ୍ଚଳର ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଏହି ପ୍ରକଳ୍ପ ଯଦି ନିଜେ ସୁରକ୍ଷିତ ନୁହେଁ, ତେବେ ଏହା ସହରକୁ କିଭଳି

Dharitri – Odisha’s No.1 Odia Daily
error: Content is protected !!