ଲୋକସଭା ଆସନରୁ ବିଜେପିରୁ ପ୍ରାର୍ଥୀ ହୋଇ ପରାଜିତ


ଗତଥର ଖାରବେଳ ସ୍ୱାଇଁ କନ୍ଧମାଳ ଲୋକସଭା ଆସନରୁ ବିଜେପିରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ । ଚଳିତଥର କିନ୍ତୁ ସେ କନ୍ଧମାଳରୁ ଲଢିବେ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରିଥିଲେ । ଏଥର ବାଲେଶ୍ୱର ଲୋକସଭା ଆସନ ପାଇଁ ଖାରବେଳ ଆଶାୟୀ ଥିଲେ । ଏପରିକି ବାଲେଶ୍ୱରରୁ ଲଢିବାକୁ ଇଚ୍ଛା ଥିବା ନେଇ ଦଳର ନେତୃତ୍ୱଙ୍କୁ ଜଣାଇଥିଲେ । କିନ୍ତୁ ଗତକାଲି ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ଖାରବେଳଙ୍କର ନାଁ ନଥିଲା । ପୁଣିଥରେ ଦଳ ପ୍ରତାପ ଷଡଙ୍ଗୀଙ୍କ ଉପରେ ଭରସା କରିଛି । ପ୍ରାର୍ଥୀ ତାଲିକା ଆସିବା ପରେ ଖାରବେଳ ସ୍ୱାଧୀନ ଭାବେ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି । ହେଲେ ଏନେଇ ପ୍ରତାପ ଷଡଙ୍ଗୀ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ।


error: Content is protected !!