୫ମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଧାର ହତ୍ୟା ଅଭିଯୋଗ ଆଣିଲେ ଛାତ୍ରଙ୍କ ବାପା


ରାୟଗଡ଼:(କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ):- ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଉନ୍ନତି ଉଚ୍ଚ ବିଦ୍ୟାଳୟର ଟଲଣା ଆଶ୍ରମରେ ଜଣେ ୫ମ ଶ୍ରେଣୀ ଛାତ୍ରଙ୍କ ମୃତ ଦେହ ଉଦ୍ଧାର କରିଛନ୍ତି। ମୃତ ଛାତ୍ର ଜଣକ ହେଲେ ଜୁଦାଶ ଶବର (୧୧)। ଏହି ଘଟଣାକୁ ନେଇ ଛାତ୍ରଙ୍କ ବାପା ହତ୍ୟା ଅଭିଯୋଗ ଆଣିଛନ୍ତି। ଟଲଣା ଆଶ୍ରମର ପରିତ୍ୟକ୍ତ ଅବସ୍ଥାରେ ଥିବା ହଷ୍ଟେଲ ଗୃହ ପରିସରେ ବେକରେ ଗାମୁଛା ଦେଇ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ରହିଥିବା ଆଜି ସ୍କୁଲ କତ୍ତୃପକ୍ଷ ଦେଖିବାକୁ ପାଇଥିଲେ। ଏନେଇ ପୁଟାସିଂ ଥାନା ଅଧିକାରୀ ଭବାନୀ ମୁଦୁଲି ଖବର ପାଇ ଘଟଣା ସ୍ଥଳେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟ ପକ୍ଷରେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଗଙ୍ଗାଧର ବେହେରା ମଧ୍ୟ ସ୍କୁଲରେ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରୁଥିବା ବେଳେ କେଉଁ କାରଣରୁ ଏଭଳି ଅଭାବନୀୟ ପରିସ୍ଥିତି ଘଟିଛି ସେନେଇ ତଦନ୍ତ ଜାରି ରଖିଛନ୍ତି। ସାଇଣ୍ଟିଫିକ ଟିମ ପହଂଚିବା ପରେ ଝୁଲନ୍ତା ଅବସ୍ଥାରେ ଥିବା ମୃତ ଛାତ୍ରଙ୍କ ଶବ ଉଦ୍ଧାର କରାଯାଇଛି। ମୃତ ଛାତ୍ରଙ୍କ ନିଜ ଘର ସେହି ପଂଚାୟତର ସର୍ଗିଆସିଂ ଗ୍ରାମହୋଇଥିବା ବେଳେ ବାପା ପ୍ରଦୀପ ଶବରଙ୍କ ସମେତ ପରିବର୍ଗ ଉପସ୍ଥିତ ଅଛନ୍ତି। ମୃତ୍ୟୁଛାତ୍ରଙ୍କ ଶବ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଯାଇଛି। କିନ୍ତୁ ସେଠାରେ କେହି ସରକାରୀ ଅଧିକାରୀ କିମ୍ବା ସ୍କୁଲ କର୍ତ୍ତୃପକ୍ଷ ଉପସ୍ଥିତ ନଥିଲେ।


error: Content is protected !!