ବେକରେ ରଶି ଲଗାଇ ସ୍ତ୍ରୀ ଆତ୍ମହତ୍ୟା


ନୀଳଗିରି:(ବିମଳ କୁମାର ଦଳେଇ):- ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ,ଶ୍ୟାମସୁନ୍ଦରପୁର ପଞ୍ଚାୟତସ୍ଥିତ ଜୋକଗଡ଼ିଆ ରାଜସ୍ବ ଗ୍ରାମ ପାଟଣାପଦା ଠାରେ ରଶ୍ମିତା ସାହୁ ,ବେକରେ ରଶି ଲଗାଇ ଆତ୍ମହତ୍ୟା, ସମବାର ଦିବା 10 ଘଟିକା ସମୟରେ ପାରିବାରିକ କଳହ କୁ କେନ୍ଦ୍ର କରି,ସ୍ତ୍ରୀ ରଶ୍ମିତା ସାହୁ ବୟସ 26 ଘର ଭିତରପଟୁ କବାଟ କିଳି ଦେବାରୁ ସ୍ୱାମୀ ଅନନ୍ତ ସାହୁ ବୟସ 32 ଶଶୁର ଘର କୁ ଜଣାଇ ଥିଲେ, ଶଶୁର ଏବଂ ଶଳା ଆସିବା ପରେ କବାଟ ଖୋଲି ଦେଖନ୍ତି ତ ଝିଅ ରଶି ଲଗାଇ ଆତ୍ମହତ୍ୟା କରିଛି, ଏ ନେଇ ସ୍ଥାନୀୟ ୱାର୍ଡ ସଭ୍ୟା ଏବଂ ଘର ଲୋକେ ପୋଲିସ ର ସହାୟତା ଲୋଡ଼ିଥିଲେ, ଲିଖିତ ଅଭିଯୋଗ ହେବାର ବିଳମ୍ବତା କାରଣ ରୁ ମୃତ ଶରୀର ରାତି ସାରା ଝୁଲନ୍ତା ଅବସ୍ଥା ର ରହିଥିବା ବେଳେ ଆଜି ସକାଳ ମାଝୀଷ୍ଟେଟ, ସାଇଣ୍ଟିଫିକ ଟିମ, ନୀଳଗିରି ଥାନା ଅଧିକାରୀ ଏବଂ ଈଶ୍ବରପୁର ଫାଣ୍ଡି ଅଧିକାରୀ ଙ୍କ ଉପସ୍ଥିତ ତଥା ଯାଞ୍ଚ ପରେ ଶବକୁ ବ୍ୟବଚ୍ଛେଦ ପାଇଁ ନୀଳଗିରି ଡାକ୍ତରଖାନା କୁ ନିଆ ଯାଇଛି, ଏ ପ୍ରଯ୍ୟନ୍ତ ମୃତ୍ୟୁ ର ସଠିକ କାରଣ ଅଛପା ରହିଛି। ପୋଲିସ ଖୋଳତାଡ଼ କରୁଛି।


error: Content is protected !!