ନୂଆଦିଲ୍ଲୀ : ସିମେଣ୍ଟ ତାଲିକାରେ ଚାହିଦା ଥିବା ନାମିଦାମୀ କମ୍ପାନୀ ଅଲଟ୍ରାଟେକ୍ ଜିଏସଟି ହ୍ରାସର ଭେଟି ନିଜ ଗ୍ରାହକଙ୍କ ପାଇଁ ଆଣିଛି । କମ୍ପାନୀ ସିମେଣ୍ଟ ଦାମ୍ରେ ହ୍ରାସ ନେଇ ଘୋଷଣା କରିଛି । ଯାହା ୨୨ ସେପ୍ଟେମ୍ବରରୁ ଲାଗୁ ହୋଇଛି । ଏବେ ଗୋଟିଏ ବସ୍ତା ସିମେଣ୍ଟ ଦାମ୍ ପୂର୍ବ ଅପେକ୍ଷା ଖୁବ୍ ଶସ୍ତା ହୋଇଛି । କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି ଯେ, ଚଳିତ ମାସର ୨୨ ତାରିଖରୁ ପାଉଁଶିଆ ଓ ଧଳା ସମସ୍ତ ପ୍ରକାର ସିମେଣ୍ଟ ଉପରେ ଜିଏସଟି ୧୮ ପ୍ରତିଶତ ଲାଗୁ ହୋଇଛି । ଯାହା ପୂର୍ବରୁ ୨୮ ପ୍ରତିଶତ ଥିଲା ।
ଅଲଟ୍ରାଟେକ୍ର ଭିନ୍ନ ଭିନ୍ନ ପ୍ରକାର ସିମେଣ୍ଟ ଦାମ୍ରେ ହ୍ରାସ ହୋଇଛି । କମ୍ପାନୀ ଗୋଟିଏ ବସ୍ତା ସିମେଣ୍ଟ ଉପରେ ପ୍ରାୟ ୫୦ ଟଙ୍କା କମ୍ କରିଛି । ଗୋଟିଏ ବସ୍ତା ସିମେଣ୍ଟ ଦାମ୍ ୫୫୦ ଟଙ୍କା ଥିଲା । ଏବେ ଏହା ୫୦୦ ଟଙ୍କାରେ ମିଳିବ । ପିସିସି ପ୍ରିମିୟମ ଏଲପିପିର ଏକ ବସ୍ତାର ଦାମ୍ ପୂର୍ବରୁ ୬୦୦ ଟଙ୍କା ଥିଲା । ଏବେ ୫୫୦ ଟଙ୍କା ହୋଇଛି ।

More Stories
ବରିଷ୍ଟ ଆଇନଜୀବୀଙ୍କୁ ସମ୍ନାନିତ କଲେ ଅତିରିକ୍ତ ଜିଲ୍ଲା ଜଜ |
ଦିଲ୍ଲୀର ୫ ଷ୍ଟାର ହୋଟେଲରେ ଫୁଡ୍ ପଏଜନିଂର ସନ୍ଦେହ , ମହିଳାଙ୍କ ଅଭିଯୋଗରେ ଏଫଆଇଆର |
ବଲିଉଡ ଫିଲ୍ମ ଧୁରନ୍ଧରରେ ନଜର ଆସିଥିବା ନଦୀମ ଖାନଙ୍କୁ ଗିରଫ |