ନୂଆଦିଲ୍ଲୀ : ସିମେଣ୍ଟ ତାଲିକାରେ ଚାହିଦା ଥିବା ନାମିଦାମୀ କମ୍ପାନୀ ଅଲଟ୍ରାଟେକ୍ ଜିଏସଟି ହ୍ରାସର ଭେଟି ନିଜ ଗ୍ରାହକଙ୍କ ପାଇଁ ଆଣିଛି । କମ୍ପାନୀ ସିମେଣ୍ଟ ଦାମ୍ରେ ହ୍ରାସ ନେଇ ଘୋଷଣା କରିଛି । ଯାହା ୨୨ ସେପ୍ଟେମ୍ବରରୁ ଲାଗୁ ହୋଇଛି । ଏବେ ଗୋଟିଏ ବସ୍ତା ସିମେଣ୍ଟ ଦାମ୍ ପୂର୍ବ ଅପେକ୍ଷା ଖୁବ୍ ଶସ୍ତା ହୋଇଛି । କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି ଯେ, ଚଳିତ ମାସର ୨୨ ତାରିଖରୁ ପାଉଁଶିଆ ଓ ଧଳା ସମସ୍ତ ପ୍ରକାର ସିମେଣ୍ଟ ଉପରେ ଜିଏସଟି ୧୮ ପ୍ରତିଶତ ଲାଗୁ ହୋଇଛି । ଯାହା ପୂର୍ବରୁ ୨୮ ପ୍ରତିଶତ ଥିଲା ।
ଅଲଟ୍ରାଟେକ୍ର ଭିନ୍ନ ଭିନ୍ନ ପ୍ରକାର ସିମେଣ୍ଟ ଦାମ୍ରେ ହ୍ରାସ ହୋଇଛି । କମ୍ପାନୀ ଗୋଟିଏ ବସ୍ତା ସିମେଣ୍ଟ ଉପରେ ପ୍ରାୟ ୫୦ ଟଙ୍କା କମ୍ କରିଛି । ଗୋଟିଏ ବସ୍ତା ସିମେଣ୍ଟ ଦାମ୍ ୫୫୦ ଟଙ୍କା ଥିଲା । ଏବେ ଏହା ୫୦୦ ଟଙ୍କାରେ ମିଳିବ । ପିସିସି ପ୍ରିମିୟମ ଏଲପିପିର ଏକ ବସ୍ତାର ଦାମ୍ ପୂର୍ବରୁ ୬୦୦ ଟଙ୍କା ଥିଲା । ଏବେ ୫୫୦ ଟଙ୍କା ହୋଇଛି ।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…