ଦଳଡ଼ିଆଁ ନେତାଙ୍କ ବଳରେ ବଳୀୟାନ ହୋଇପାରିବନି ଦଳ ଟିକେଟରୁ ବାଦ ପଡ଼ିବା ଜାଣି ଦଳ ଛାଡ଼ିବା ଓ ଦଳରେ ଯୋଗଦାନ କରିବା ସାଧାରଣତଃ କ୍ଷମତାଲୋଭୀ ଅବା ସୁବିଧାବାଦୀ ରାଜନେତାଙ୍କ ପ୍ରକୃତି । ସେମାନଙ୍କ ନିକଟରୁ ଗରିବ ଭୋଟର କିଛି ଲାଭ ପାଇବେନି । ତେଣୁ ସେଭଳି ନେତା ଗୋଟିଏ ବି ଭୋଟ ପାଇବାର ହକଦାର ନୁହନ୍ତି ।ପରିବାର ଭିତରେ ବାପା ହେଉଛନ୍ତି ମୁଖିଆ । ତାଙ୍କ ପରଲୋକ ପରେ ପରିବାରର ବଡ଼ପୁଅ ମୁଖିଆ ଆସନ ପାଇଁ ହକଦାର ।ନିକଟରେ ଭର୍ତୃହରି ମହତାବ, ସିଦ୍ଧାନ୍ତ ମହାପାତ୍ର ବିଜେଡିରୁ ବିଜେପିକୁ ଡେଇଁଛନ୍ତି । ଅତୀତରେ ବୈଜୟନ୍ତ ପଣ୍ଡା ବିଜେଡିରୁ ବିଜେପିକୁ ଡେଇଁ ତାଙ୍କର ଲୋକପ୍ରିୟତା ପ୍ରମାଣ କରିସାରିଛନ୍ତି । ଲୋକପ୍ରିୟତାକୁ ଇଭିଏମ୍ ଜରିଆରେ ପ୍ରମାଣିତ କରିବା ଜରୁରୀ ।ଚଳିତ ନିର୍ବାଚନରେ ବୈଜୟନ୍ତ, ଭର୍ତୃହରି, ସିଦ୍ଧାନ୍ତ, ମନ୍ମଥ, ପ୍ରକାଶ ବେହେରା ସେମାନଙ୍କର ଲୋକପ୍ରିୟତା ପ୍ରମାଣ କରିବେ ।ବିଜେପିରୁ ଟିକେଟ୍ ନପାଇ କିଛି ନେତା ବିଜେଡି ଓ କଂଗ୍ରେସରେ ଯୋଗଦାନ କରିଛନ୍ତି । ଗରିବ ଭୋଟରମାନଙ୍କୁ ମୋର ଏତିକି ଅନୁରୋଧ ଯେ ସେମାନେ ଦଳଡ଼ିଆଁ ନେତାଙ୍କ ଉପରେ ଗଭୀର ବିଶ୍ୱାସ ରଖି ସେମାନଙ୍କୁ ଭୋଟ ଦିଅନ୍ତୁନି ।ଏମିତି ତ ସବୁ ରାଜନୈତିକ ଦଳ କ୍ଷମତାକୁ ଯାଇ ମାଗଣା ଚାଉଳ ଓ ଟଙ୍କା କେଇଟା ହାତରେ ଧରାଇ ରାଜ୍ୟର ତିନିକୋଟି ଗରିବ ଭୋଟରଙ୍କୁ ଉପହାସ କରିଚାଲିଛନ୍ତି । ଦଳଡ଼ିଆଁ ନେତାମାନେ ଆଉ ଅଧିକ କ’ଣ କରିପାରିବେ?
More Stories
କିଏ ଏହି ରେଭେନ୍ସା ? କାହିଁକି ତାଙ୍କ ନାମରେ ନାମିତ ହୋଇଛି ବିଶ୍ୱବିଦ୍ୟାଳୟ ? ଜାଣନ୍ତୁ…
ବଢ଼ିଲା କମର୍ସିଆଲ ଗ୍ୟାସ ଦର
ଆଜିଠାରୁ ସୁଭଦ୍ରା ଯୋଜନାର ପଞ୍ଜୀକରଣ