କଟକ ଭୁବନେଶ୍ୱର ଦୁର୍ଘଟଣା ରାସ୍ତାର ବମ୍ଫକୂଦ ପୋଲ ନିକଟରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣାଟି ହେଉଛି କଟକ ଆଡୁ ଆସୁଥିବା ବାଇକ୍ କୁ ସାଇଟ୍ ମାରିଲା ଏକ ଅଜଣା କାର୍। ଫଳରେ ବାଇକ୍ ଆରୋହୀ ଓ ତାଙ୍କ ପଛରେ ବସିଥିବା ମହିଳା ସିଧାସଳଖ ବମ୍ଫକୂଦ କେନାଲ ଭିତରେ ବାଇକ୍ ସହ ପଡ଼ିଥିଲେ। ସେଠାକାର ଥିବା ସ୍ଥାନୀୟ ବାସିନ୍ଦା ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ SCB ମେଡିକାଲକୁ ପଠାଇଥିଲେ। ପ୍ୟାଟ୍ରୋଲିଙ୍ଗ୍ କରୁଥିବା କମିଶନର ପୋଲିସ ସେଠାରେ ପହଞ୍ଚି ବାଇକ୍ ଟିକୁ ଉଦ୍ଧାର କରିଛନ୍ତି।


error: Content is protected !!