ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍ଏସ୍ଏ) ଅଜିତ ଡୋଭାଲଙ୍କ ଗୁପ୍ତ ଏଜେଣ୍ଟ ବୋଲି ପରିଚୟ ଦେଉଥିବା ଜଣେ ନକଲି ଆଇଏଏସ୍ ଅଫିସରଙ୍କୁ ପୋଲିସ ସୋମବାର ଗିରଫ କରିଛି। ‘ଭାରତ ସରକାର’ ବୋର୍ଡ ଲାଗିଥିବା ଏକ କାର୍କୁ ପୋଲିସ ଜବତ କରିଛି।
ମନୀଷ ଗୁପ୍ତା ନାମକ ଉକ୍ତ ନକଲି ଅଫିସର ଟେସ୍ଲା କାର୍ରେ ବିହାର ସାରା ଭ୍ରମଣ କରୁଥିଲେ। ଜମଲପୁର ବାସଭବନରୁ ମନୀଷଙ୍କୁ ଗିରଫ କରାଯିବା ପରେ ଘରେ ତଲାସି କରାଯାଇ ଟେସ୍ଲା କାର୍କୁ ଜବତ କରାଯାଇଥିଲା। ଏହା ବ୍ୟତୀତ ତାଙ୍କ ଘରୁ ଏକ ଟାଟା ସଫାରି, ଆମଦାନୀ ମଦ, ଅନେକ ମୋବାଇଲ ଫୋନ୍, ବ୍ୟାଙ୍କ କାର୍ଡ ଓ ଅନ୍ୟ ମୂଲ୍ୟବାନ ସାମଗ୍ରୀ ଜବତ ହୋଇଛି। ମନୀଷ ନିଜକୁ ଆଇଏଏସ୍ ଅଫିସରର ପରିଚୟ ଦେଇ ବିହାରର ବିଭିନ୍ନ ଅଞ୍ଚଳରେ ଠକେଇ ଓ ଜାଲିଆତି ଚଳାଇଥିଲେ ବୋଲି ଖଗରିଆ ଏସ୍ପି ଭାନୁପ୍ରତାପ ସିଂ କହିଛନ୍ତି।

More Stories
ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ: ଜାଣନ୍ତୁ କିଏ କେଉଁଠି ଉତ୍ତୋଳନ କରିବେ ପତାକା
ନାବାଳିକାଙ୍କୁ ଓଡ଼ିଶାରୁ ଅପହରଣ କରି କେରଳରେ ବଳାତ୍କାର , ଅଭିଯୋଗ ପରେ ବନ୍ଧାହେଲେ ଯୁବକ
ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ଲୁହାରଡ୍ରେ ମାଡ଼ ମାରି ଲହୁଲୁହାଣ କରିଦେଲେ ୪ ଛାତ୍ର