ଜନ୍ତର-ମନ୍ତର ସିଜନ-୨ର ପ୍ରସ୍ତୁତି ପାଇଁ ଦିଲ୍ଲୀରେ ବୈଠକ କରିବାକୁ ସ୍ଥାନ ଖୋଜୁଥିବା ଅଭିଜିତ ଦୀପକେ ଏବଂ ତାଙ୍କ ଟିମ୍କୁ ଏକ ରେସିଡେଣ୍ଟ ସୋସାଇଟିର ପାର୍କକୁ ଯିବା ଭାରୀ ପଡ଼ିଲା। ସମର୍ଥକଙ୍କ ସହ ପାର୍କରେ ବୈଠକ ଆରମ୍ଭ କରିବା ମାତ୍ରେ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଏହାକୁ ବିରୋଧ କରିଥିଲେ। ଲୋକେ ସ୍ପଷ୍ଟ ଭାବେ କହିଥିଲେ ଯେ, ସୋସାଇଟିର ପାର୍କ ଧାରଣା କିମ୍ବା ରାଜନୈତିକ କାର୍ଯ୍ୟକଳାପ ପାଇଁ ନୁହେଁ। ବିରୋଧ ବଢ଼ିବାରୁ ପୋଲିସକୁ ମଧ୍ୟସ୍ଥତା କରିବାକୁ ପଡ଼ିଥିଲା। ଶେଷରେ ଦୀପକେ ତାଙ୍କ ସାଥୀମାନଙ୍କ ସହ ସେଠାରୁ ଫେରିବାକୁ ବାଧ୍ୟ ହୋଇଥିଲେ।
ଏହା ପୂର୍ବରୁ ଅଭିଜିତ ଦୀପକେ ଅଭିଯୋଗ କରିଥିଲେ ଯେ, ଦିଲ୍ଲୀରେ ଭଲଣ୍ଟିୟରମାନଙ୍କ ସହ ବୈଠକ କରିବା ପାଇଁ ତାଙ୍କ ଟିମକୁ ସ୍ଥାନ ମିଳୁନାହିଁ। ସେ କହିଥିଲେ ଯେ, ଇନଡୋର୍ ହଲ ପାଇଁ ଅନେକ ଲୋକଙ୍କ ସହ ଯୋଗାଯୋଗ କରାଯାଇଥିଲା, କିନ୍ତୁ କେହି ମଧ୍ୟ ସ୍ଥାନ ଦେବାକୁ ରାଜି ହୋଇନଥିଲେ। ଦୀପକେଙ୍କ ଅନୁସାରେ, କିଛି ଲୋକ ସ୍ପଷ୍ଟ ଭାବେ କହିଥିଲେ ଯେ, ସେମାନଙ୍କ ଉପରେ ଉପରୁ ଚାପ ରହିଛି ଏବଂ ସେମାନେ ‘କକରୋଚ ଜନତା ପାର୍ଟି’ର ବୈଠକ ପାଇଁ ହଲ ଉପଲବ୍ଧ କରାଇପାରିବେ ନାହିଁ।
ଦୀପକେ କହିଥିଲେ ଯେ, ବହୁତ ଚେଷ୍ଟା ପରେ ଏକ ହଲ ମିଳିଥିଲା ଏବଂ ଏଥିପାଇଁ ନିୟମ ଅନୁଯାୟୀ ଟଙ୍କା ମଧ୍ୟ ପୈଠ କରାଯାଇଥିଲା। ସେ ଏହାର ରସିଦ ମଧ୍ୟ ଦେଖାଇଥିଲେ। କିନ୍ତୁ ପରଦିନ ସକାଳେ ହଲ ଦେବାକୁ ଥିବା ଲୋକମାନେ ମଧ୍ୟ ବୈଠକ ପାଇଁ ଦିଆଯାଇଥିବା ଅନୁମତି ଫେରାଇ ନେଇଥିଲେ। ଦୀପକେଙ୍କ ଦାବି ଅନୁଯାୟୀ, ତାଙ୍କୁ ଧମକ ଦିଆଯାଇଥିଲା ଏବଂ କୁହାଯାଇଥିଲା ଯେ, ସେଠାରେ ଯଦି ‘କକରୋଚ ଜନତା ପାର୍ଟି’ର ବୈଠକ ହୁଏ, ତେବେ ତାଙ୍କୁ ଓଲଟା ଟାଙ୍ଗି ଦିଆଯିବ।

More Stories
୫ ସନ୍ତାନଙ୍କ ଉପସ୍ଥିତିରେ ବିବାହ କଲେ ରୋନାଲ୍ଡୋ: ୧୦ ବର୍ଷ ପରେ ଘଟିଲା…
LACରେ ତିକ୍ତତା ପରେ ଭାରତକୁ ନେଇ ବଡ଼ କଥା କହିଦେଲେ ଚାଇନା: ଏବେ ସବୁକିଛି…
ଆସୁଛି ବଡ଼ ବର୍ଷା: ଅବପାତର ପରିଣତ ହେବ ଲଘୁଚାପ, ରେଡ୍ ଓ୍ବାର୍ନିଂ ଜାରି