ଫୁଟ୍ବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ତାଙ୍କର ଦୀର୍ଘଦିନର ବାନ୍ଧବୀ ତଥା ଆର୍ଜେଣ୍ଟିନା-ସ୍ପାନିଶ ମଡେଲ ଜର୍ଜିନା ରୋଡ୍ରିଗୁଏଜଙ୍କୁ ବିବାହ କରିଛନ୍ତି। ରାଜଧାନୀ ଲିସ୍ବନ ନିକଟସ୍ଥ ଉପକୂଳବର୍ତ୍ତୀ ସହର କାସ୍କାଇସ୍ଠାରେ ଆୟୋଜିତ ଏକ ବ୍ୟକ୍ତିଗତ ଉତ୍ସବରେ ସେମାନଙ୍କ ବିବାହ ସମ୍ପନ୍ନ ହୋଇଛି। ଏହି ସ୍ବତନ୍ତ୍ର ଅବସରରେ ସେମାନଙ୍କ ୫ ଛୁଆ ଉପସ୍ଥିତ ଥିଲେ। ରୋନାଲ୍ଡୋ ଓ ରୋଡ୍ରିଗୁଏଜ ଇନ୍ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ବିବାହ ସୂଚନା ଦେଇଛନ୍ତି, ଯେଉଁଥିରେ ସେମାନେ ବିବାହ ମୁଦି ପ୍ରଦର୍ଶିତ କରୁଛନ୍ତି। ଦୀର୍ଘ ୧୦ ବର୍ଷ ଧରି ଏକାଠି ରହିବା ପରେ ଏହି ଦମ୍ପତି ଆନୁଷ୍ଠାନିକ ଭାବେ ବିବାହ କରିଛନ୍ତି। ୨୦୧୬ରେ ମାଡ୍ରିଡ୍ର ଏକ ଷ୍ଟୋରରେ ପରସ୍ପରକୁ ଭେଟିବା ପରଠାରୁ ରିଲେଶନରେ ଥିଲେ। ଗତବର୍ଷ ସମାନ ତାରିଖରେ ସେମାନଙ୍କ ନିର୍ବନ୍ଧ ହୋଇଥିଲା। ସେମାନଙ୍କର ଆଲାନା ଓ ବେଲା ନାମକ ଦୁଇ ଝିଅ ରହିଛନ୍ତି। ଏଥିସହିତ ସେମାନେ ରୋନାଲ୍ଡୋଙ୍କ ଅନ୍ୟ ୩ ଛୁଆ କ୍ରିଷ୍ଟିଆନୋ ଜୁନିୟର (ତାଙ୍କ ମା’ଙ୍କ ପରିଚୟ ବ୍ୟକ୍ତିଗତ ଗୋପନୀୟତା ସର୍ତ୍ତ ଅନୁଯାୟୀ ପ୍ରକାଶ କରାଯାଇନାହିଁ), ଯାଆଁଳା ଝିଅ-ପୁଅ ଇଭା ମାରିଆ ଓ ମାଟେଓଙ୍କର ଲାଳନ ପାଳନ କରିଛନ୍ତି। ଜୁନ୍ ୨୦୧୭ରେ ରୋନାଲ୍ଡୋ ସରୋଗେସି ଜରିଆରେ ଦୁଇ ଯାଆଁଳା ଛୁଆଙ୍କ ବାପା ହୋଇଥିଲେ। ହେଲେ ୨୦୨୨ରେ ବେଲାଙ୍କର ଯାଅଁାଳା ଭାଇ ଆଞ୍ଜେଲଙ୍କର ଜନ୍ମ ସମୟରେ ମୃତ୍ୟୁ ଘଟିଥିଲା। ଉଲ୍ଲେଖଯୋଗ୍ୟ, ୫ ଥର ବାଲୋନ ଡି’ ଅର ପୁରସ୍କାର ବିଜେତା ୪୧ ବର୍ଷୀୟ ରୋନାଲ୍ଡୋ ଏବେ ଅଲ-ନାସର ପାଇଁ ଖେଳୁଛନ୍ତି।

More Stories
LACରେ ତିକ୍ତତା ପରେ ଭାରତକୁ ନେଇ ବଡ଼ କଥା କହିଦେଲେ ଚାଇନା: ଏବେ ସବୁକିଛି…
ଆସୁଛି ବଡ଼ ବର୍ଷା: ଅବପାତର ପରିଣତ ହେବ ଲଘୁଚାପ, ରେଡ୍ ଓ୍ବାର୍ନିଂ ଜାରି
ପ୍ରବଳ ବର୍ଷା: ଏହି ଜିଲାରେ ସମସ୍ତ ସ୍କୁଲ ବନ୍ଦ