August 18, 2026

Now Odisha

Now Odisha

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏହି ଦିନ ମିଳିବ ପଞ୍ଚମ କିସ୍ତି ଟଙ୍କା

Spread the love

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏହି ଦିନ ମିଳିବ ପଞ୍ଚମ କିସ୍ତି ଟଙ୍କାସୁଭଦ୍ରା ପଞ୍ଚମ କିସ୍ତି ଟଙ୍କା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ସୂଚନା ଦେଇଛନ୍ତି । ରକ୍ଷା ବନ୍ଧନ ଦିନ ହିଁ ମିଳିବ ସୁଭଦ୍ରା ପଞ୍ଚମ କିସ୍ତି ।  ଆସନ୍ତା ଅଗଷ୍ଟ ୨୮ ତାରିଖରେ ରାକ୍ଷୀ ପୂର୍ଣ୍ଣିମା ପଡୁଥିବା ବେଳେ ସେହିଦିନ ମହିଳାଙ୍କ ଖାତାକୁ ଟଙ୍କା ଆସିବା ନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ନୟାଗଡ଼ରେ ଅନୁଷ୍ଠିତ ହେବ ସୁଭଦ୍ରାର ରାଜ୍ୟସ୍ତରୀୟ ସମାରୋହ । ୧ କୋଟିରୁ ଉର୍ଦ୍ଧ୍ୱ ମହିଳା ସୁଭଦ୍ରା ଟଙ୍କା ପାଇବେ । ଅଗଷ୍ଟ ୨୮ ସୁଦ୍ଧା ଆବେଦନ କରିଥିବା ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା । ତେବେ ଯେଉଁମାନେ ଏଥିରୁ ବାଦ୍ ପଡିଛନ୍ତି ସେମାନଙ୍କୁ ଏକାଥରେ ୫ଟି କିସ୍ତି ମିଳିବ ମିଳିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

error: Content is protected !!