August 18, 2026

Now Odisha

Now Odisha

ଭଞ୍ଜନଗରରେ ଚାଞ୍ଚଲ୍ୟ: ୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ, ଅଭିଯୁକ୍ତ ବାପାଙ୍କୁ ମାଂସ ପାଇଁ ପଠାଇ ଝିଅକୁ…

Spread the love

ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ଏକ ଘୃଣ୍ୟ ଘଟଣା ଘଟିଛି। ଜଣେ ୪୦ ବର୍ଷର ବିବାହିତ ଯୁବକ ତାଙ୍କ ସାଙ୍ଗର ୪ ବର୍ଷର ଝିଅକୁ ବଳାତ୍କାର ଉଦ୍ୟମ କରିଥିବା ନେଇ ଅଭିଯୋଗ ହୋଇଛି। ପୋଲିସ ଗୁରୁବାର ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବୁଲୁ ଡାଙ୍ଗୁଆକୁ ଅଟକ ରଖି ପଚରାଉଚରା ଚଳାଇଛି।

ଘଟଣାରୁ ପ୍ରକାଶ ଯେ, ଅଭିଯୁକ୍ତ ବୁଲୁ ଏବଂ ତାଙ୍କ ସାଙ୍ଗ ମିଶି ମାଂସ ତରକାରୀ କରିବା ପାଇଁ ଯୋଜନା ହୋଇଥିଲା। ତେଣୁ ଅଭିଯୁକ୍ତ ବୁଲୁ ସାଙ୍ଗଙ୍କ ଘରେ ଥିଲେ। ସାଙ୍ଗ ଦୋକାନକୁ ମାଂସ ଆଣିବା ପାଇଁ ଚାଲିଯାଇଥିଲେ। ଏହି ସମୟରେ ଅଭିଯୁକ୍ତ ଜଣଙ୍କ ତାଙ୍କର ୪ ବର୍ଷର ଝିଅକୁ ଏକୁଟିଆ ଦେଖି ତାକୁ ବଳାତ୍କାର ଉଦ୍ୟମ କରିଥିଲେ। ସାଙ୍ଗ ଜଣଙ୍କ ମାଂସ ଧରି ଘରକୁ ଫେରିବା ପରେ ଝିଅ କାନ୍ଦୁଥିବା ଦେଖି ତାକୁ ମେଡିକାଲ ନେଇଥିଲେ। ମେଡିକାଲରେ ଝିଅ ଘଟଣା ସମ୍ପର୍କରେ କହିଥିଲେ। ଏହାପରେ ବାପା ହତୋତ୍ସାହିତ ହୋଇ ଅସୁସ୍ଥ ଝିଅକୁ ପ୍ରାଥମିକ ଚିକିତ୍ସା କରି ଘରକୁ ଚାଲି ଆସିଥିଲେ। ଏହାପରେ ଗୁରୁବାର ସକାଳେ ଗ୍ରାମରେ କଥା ପ୍ରଘଟ ହେବାରୁ ଅଭିଯୁକ୍ତଙ୍କୁ ଗ୍ରାମବାସୀ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ। ଏହାପରେ ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଥାନାକୁ ନେଇ ଆସିଥିଲେ। ଘଟଣାର ତଦନ୍ତ ଚାଲିଥିବାବେଳେ ପୋଲିସ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛି।

error: Content is protected !!