ତିନି ବର୍ଷ ପରେ ଫେରାର ଦୁଷ୍କର୍ମକାରୀ ଗିରଫ


ମାହାଙ୍ଗା:(ପବିତ୍ର କୁମାର ଓଝା):- ତିନି ବର୍ଷ ପରେ ଫେରାର ଦୁଷ୍କର୍ମକାରୀ ଗିରଫ ମାହାଙ୍ଗା ଥାନା ଗୋକନ ପଂଚାୟତ ଶୁଖୁଆ ପଡା ଗ୍ରାମର ଜଣେ ନାବାଳିକା ଝିଅକୁ ସେଇ ଗ୍ରାମର ଦୁଇ ଯୁବକ ରାକେଶ ବେହେରା(ଜାଗା) ଓ ଗଣେଶ୍ୱର ସେଠି(ଧୁଶା) ଅନାମ ଦାସ ଛକ ନିକଟ ଏକ ଘରକୁ ବାହାନା କରି ଡାକିନେଇ ଦୁହେଁ ଗଣଦୁଷ୍କର୍ମ କରିଥିଲେ, ଏପରିକି ଗଣେଶ୍ୱର ଦୁଷ୍କର୍ମ ସମୟର ନିଜ ମୋବାଇଲରେ ଭିଡିଓ ଉତ୍ତୋଳନ କରି ନେଇଥିଲା, ପରବର୍ତ୍ତୀ ସମୟରେ ଏହି ଭିଡିଓ ଭାଇରଲ ଭୟ ଦେଖାଇ ନାବାଳିକା ଜଣକୁ ବ୍ଲାକ ମେଲ କରି ଶାରୀରିକ ସମ୍ପର୍କ ରଖିଆସୁଥିଲେ, ଝିଅଟି ଭୟଭୀତ ହୋଇ କାହାରିକୁ କିଛି ନକହି ଚୁପ ରହିଥିଲା, କିଛିଦିନପରେ ଏହି ଭିଡିଓ କୁ ଗଣେଶ୍ୱର ସେଠି ଭାଇରାଲ କରିଦେଇଥିଲେ, ଘଟଣା ପ୍ରଘଟପରେ ଝିଅଟି ତା ପରିବାର ଲୋକଙ୍କୁ ସବୁ କଥା ଜଣାଇବାପରେ ପିଡିତା ନାବାଳିକା ମାହାଙ୍ଗା ଥାନାରେ ଉଭୟ ଅଭିଯୁକ୍ତଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ, ପୁଲିସ ଘଟଣାର ତଦନ୍ତ କରି ରାକେଶ କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଅଭିଯୁକ୍ତ ଗଣେଶ୍ୱର ଫେରାର ହୋଇଯାଇଥିଲା, ଘଟଣାର ତିନିବର୍ଷ ପରେ ମାହାଙ୍ଗା ଥାନା ଅଧିକାରୀ ବିଜୟ କୁମାର ମଲ୍ଲିକ ତଦନ୍ତ କରି ଅନ୍ୟ ଏକ ଅଭିଯୁକ୍ତ ଗଣେଶ୍ୱର ସେଠୀ (ଧୁସା )କୁ ଗୁରୁବାର ଦିନ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି, ଏ ହେଉଛି ସେଇ ଅଭିଯୁକ୍ତ ଯିଏ ନା ବାଳିକା କୁ ଦୁଷ୍କର୍ମ କରି 3 ବର୍ଷ ହେଲା ପୋଲିସ ଆଖିରେ ଦୁଳି ଦେଇ ନିଜକୁ ଲୁଚାଇ ରଖିଥିଲା ।ହେଲେ ଆଜି ସେଇ ଗଣ ଦୁଷ୍କର୍ମ କାରି ଗଣେଶ୍ୱର ସେଠୀ କୁ ମାହାଙ୍ଗା ଥାନା ଅଧିକାରୀ ବିଜୟ ମଲିକ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ପୂର୍ବରୁ ଅଭିଯୁକ୍ତ ରାକେଶ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଅଛନ୍ତି ।


error: Content is protected !!