ନକଲି ବ୍ରାଣ୍ଡ୍ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ କଲୋନିର ମହମ୍ମଦ ସୋହେଲ (୨୯), ଭାଟି ରୋଡ୍ସ୍ଥିତ ନ୍ୟୁ କଲେକ୍ସନ ଦୋକାନର ମାଲିକ ଇମ୍ରାନ ଅହମ୍ମଦ(୪୩), ନାଲା ରୋଡ୍ ଛକସ୍ଥିତ ଉତ୍କଳ ଟାଇମ୍ ହାଉସ୍ର ମାଲିକ ମହମ୍ମଦ ଉମୈର ଆଲମ(୩୫) ଏବଂ ମେନ୍ ରୋଡ୍ସ୍ଥିତ ଜିଲାନ କମ୍ପ୍ଲେକ୍ସର ମେଟ୍ରୋ ଟାଇମ୍ସ ମାଲିକ ମହମ୍ମଦ ଆସିମ (୪୦)।
ପୋଲିସ ଚଢ଼ାଉ ବେଳେ ବିଭିନ୍ନ ବ୍ରାଣ୍ଡ୍ର ନକଲି ଘଡ଼ି, ଡାଏଲ୍, ଟ୍ୟାଗ୍, ଲେଦର ବେଲ୍ଟ ଓ ଖାଲି ବକ୍ସ ଜବତ କରିଛି। ଜବତ ସାମଗ୍ରୀ ମଧ୍ୟରେ ୧୬୦ଟି ନକଲି ଫାଷ୍ଟ୍ରାକ୍ ଟ୍ୟାଗ୍, ୧୮୬ଟି ଫାଷ୍ଟ୍ରାକ୍ ଲେଦର ବେଲ୍ଟ ଘଡ଼ି, ୪୫ଟି ଫାଷ୍ଟ୍ରାକ୍ କଳା ଚେନ୍ ଘଡ଼ି, ୧୧୧ଟି ଫାଷ୍ଟ୍ରାକ୍ ସିଲଭର ଚେନ୍ ଘଡ଼ି, ଟାଇଟନର ୪ଟି ଖାଲି ବକ୍ସ, ଫାଷ୍ଟ୍ରାକ ୨୧ଟି ଓ ସୋନାଟାର ୫୪ଟି ଖାଲି ବକ୍ସ ରହିଛି।
ଏହା ବ୍ୟତୀତ ଟାଇଟନର ବିଭିନ୍ନ ମଡେଲର ନକଲି ଘଡ଼ି, ଟାଇଟନ ରାଗା ଲେଡିଜ୍ ଘଡ଼ି, ଫାଷ୍ଟ୍ରାକ୍ ଓ ସୋନାଟାର ବିଭିନ୍ନ ଡିଜାଇନ୍ର ଚେନ୍ ଓ ଲେଦର ବେଲ୍ଟ ଘଡ଼ି ଏବଂ ବହୁ ସଂଖ୍ୟକ ଫାଷ୍ଟ୍ରାକ୍ ଡାଏଲ୍ ଓ ଟ୍ୟାଗ୍ ମଧ୍ୟ ଜବତ ହୋଇଛି। ଅଭିଯୁକ୍ତମାନେ ପ୍ରତିଷ୍ଠିତ ବ୍ରାଣ୍ଡ୍ର ନକଲି ଘଡ଼ି ସାଧାରଣ ଗ୍ରାହକଙ୍କୁ ବିକ୍ରି କରି ଲାଭ ଉଠାଉଥିଲେ। ଏ ନେଇ ପ୍ଲାଣ୍ଟସାଇଟ୍ ଥାନାରେ ଏକ ମାମଲା (ନଂ.୮୬୫/୨୬) ରୁଜୁ ହୋଇଛି।

More Stories
ଔପଦାରେ ଅଭାବନୀୟ କାଣ୍ଡ: ଏକତରଫା ପ୍ରେମରୁ ଶିକ୍ଷୟତ୍ରୀଙ୍କ ସହ ପରିବାର ସଦସ୍ୟଙ୍କୁ ଗୋଡ଼ାଇ ହାଣିଲେ ପ୍ରେମିକ
ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ
୪ ବର୍ଷରୁ କମ ବୟସର ପିଲାମାନଙ୍କୁ ଦିଆଯିବ ନାହିଁ ଏହି ଥଣ୍ଡା-କାଶ ଔଷଧ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି