ଢ଼େଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ 55 ଜାତୀୟ ରାଜପଥ ର ଟାଟା ଷ୍ଟିଲ ପ୍ଲାଣ୍ଟ ସମୁଖରେ କଣ୍ଟାବଣିଆ ଛକ ଠାରେ ଦିନ କୁ ଦିନ ଟ୍ରାଫିକ ସମସ୍ୟା ବଢ଼ି ଚାଲିଛି । ଏଠାରେ ଜାତୀୟ ରାଜପଥ ପ୍ରାଧିକରଣ ଦ୍ୱାରା ଚାରି ଚକିଆ ରାସ୍ତା କାମ ସରିଯାଇଛି। କିନ୍ତୁ ସାଧାରଣ ଲୋକେ ଯାତାୟାତ କରିବା ପାଇଁ ସର୍ଭିସ ରୋଡ ନ କରି ରାଜପଥ ମଝିରେ ରେ ଥିବା ବାଟ କୁ ପୋଲିସ ବନ୍ଦ୍ କରିଦେଇଛି ଅପର ପକ୍ଷେ ଟାଟା ଷ୍ଟିଲ ଜାତୀୟ ରାଜପଥ ର ଚଲା ପଥରେ ସିମେଣ୍ଟ କୁଣ୍ଡ ରଖି ନିଜର ପାର୍କିଂ କରିଛି ଯାହାକି ଜାତୀୟ ରାଜପଥରେ ଟ୍ରାଫିକ ସମସ୍ୟା ଦେଖାଦେଇଛି । ସର୍ଭିସ ରୋଡ ନ ଥିବାରୁ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କଣ୍ଟାବଣିଆ ଛକ ରେ କେବେ ଟ୍ରାଫିକ ସମସ୍ୟା କେବେ ହେବ ବୋଲି ଏଠି ପ୍ରଶ୍ନ ବାଚି ସୃଷ୍ଟି କରିଛି ।
କଣ୍ଟାବଣିଆ ଛକ ରେ ପ୍ରତିଦିନ ହଜାର ହଜାର ଲୋକ । ହଜାର ହଜାର ଗାଡ଼ି ଯାତାୟାତ କରିବା ସହ ପାଖରେ କଳକାରଖାନା ଥିବାରୁ ବାହାରୁ ଆସୁଥିବା ମାଲ୍ ବାହି ଗାଡି, ବସ , କାର ଅଧିକାଂଶ ସମୟରେ ଜନ ସଧାରଣ ଙ୍କୁ ଟ୍ରାଫିକ ସମସ୍ୟା ଅସୁବିଧାରେ ପକାଉଛି l ଏଵଂ ଦିନ କୁ ଦିନ ଟ୍ରାଫିକ ସମସ୍ୟା ବଢ଼ି ବଢ଼ି ଚାଲିଛି । ଜିଲ୍ଲା ପ୍ରଶାସନ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଲେ ଟ୍ରାଫିକ ସମସ୍ୟା ସମାଧାନ ହୋଇପାରିବ।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…