September 11, 2026

Now Odisha

Now Odisha

ମା’ ଗର୍ଭାୟଣୀ ମନ୍ଦିରକୁ ନେଇ ବିବାଦ, ଘଟଣାସ୍ଥଳରେ ପ୍ରଶାସନ ଓ ଏସ୍‌ଡିପିଓଙ୍କ ହସ୍ତକ୍ଷେପରେ ହେଲା ସମାଧାନ ।

Spread the love

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ କନିମୂଳ ପଞ୍ଚାୟତ ଅନ୍ତର୍ଗତ ଗଇଠୀପୁର ଗ୍ରାମର ଗ୍ରାମଦେବତୀ ମା’ ଗର୍ଭାୟଣୀଙ୍କ ମନ୍ଦିରକୁ ନେଇ ଦେଖାଦେଇଥିଲା ବିବାଦ। ପୂଜାପାଠ ଓ ଛୁଆଁ-ଅଛୁଆଁକୁ ନେଇ ଦୁଇ ପକ୍ଷ ମଧ୍ୟରେ ମତଭେଦ ଦେଖାଦେବା ପରେ ଗ୍ରାମରେ ଉତ୍ତେଜନାର ଆଶଙ୍କା ସୃଷ୍ଟି ହୋଇଥିଲା। ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା ପ୍ରଶାସନ
ଗଇଠୀପୁର ଗ୍ରାମର ଆରାଧ୍ୟ ଦେବୀ ମା’ ଗର୍ଭାୟଣୀ । ମା’ଙ୍କ ମନ୍ଦିରରେ ପୂଜାପାଠକୁ ନେଇ ଦୁଇ ପକ୍ଷ ମଧ୍ୟରେ ମତଭେଦ ଦେଖାଦେବା ପରେ ପରିସ୍ଥିତି ଧୀରେ ଧୀରେ ଉତ୍ତେଜନା ପୂର୍ଣ୍ଣ ହେବାର ଆଶଙ୍କା ଦେଖାଦେଇ ଥିଲା । ଘଟଣାର ଖବର ପାଇ ତିର୍ତ୍ତୋଲ ତହସିଲଦାର, ତିର୍ତ୍ତୋଲ ଏସ୍‌ଡିପିଓ, କୃଷ୍ଣାନନ୍ଦପୁର ଥାନା ଆଇ.ଆଇ.ସି.ଙ୍କ ସମେତ ସ୍ଥାନୀୟ ସରପଞ୍ଚ ଓ ସମିତିସଭ୍ୟ ଘଟଣାସ୍ଥଳ ରେ ପହଞ୍ଚିଥିଲେ । ମନ୍ଦିର ପରିସରରେ ଉଭୟ ପକ୍ଷଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରାଯାଇଥିଲା । ପ୍ରତ୍ୟେକ ପକ୍ଷର ମତାମତ ଶୁଣିବା ସହ ଗ୍ରାମରେ ଶାନ୍ତି, ଶୃଙ୍ଖଳା ଓ ସୌହାର୍ଦ୍ଦ୍ୟ କିପରି ବଜାୟ ରହିବ, ସେନେଇ ଗୁରୁତ୍ୱ ଦିଆଯାଇଥିଲା ।ଏସ୍‌ଡିପିଓଙ୍କ ହସ୍ତକ୍ଷେପ ପରେ ବିବାଦର ସମାଧାନ ପାଇଁ ପଦକ୍ଷେପ ନିଆଯାଇଥିଲା । ପ୍ରଶାସନ ପକ୍ଷରୁ ଉଭୟ ପକ୍ଷଙ୍କୁ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ଆଇନକୁ ହାତକୁ ନନେବା ପାଇଁ ପରାମର୍ଶ ଦିଆଯାଇଥିଲା ।ଗ୍ରାମର ଧାର୍ମିକ ପରମ୍ପରା ଓ ମା’ ଗର୍ଭାୟଣୀଙ୍କ ପୂଜା ଯେପରି ଶାନ୍ତି ଓ ଭାଇଚାରାର ପରିବେଶରେ ହୋଇ ପାରିବ, ସେଥିପାଇଁ ଉଭୟ ପକ୍ଷଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ପ୍ରଶାସନ ଗୁରୁତ୍ୱ ଦେଇଥିଲା ।
ବିବାଦ ମଧ୍ୟରେ ପ୍ରଶାସନର ତ୍ୱରିତ ହସ୍ତକ୍ଷେପ ଓ ତିର୍ତ୍ତୋଲ ଏସ୍‌ଡିପିଓଙ୍କ ଆଲୋଚନା ପରେ ପରିସ୍ଥିତି ଶାନ୍ତ ହୋଇଥିବା ଜଣାପଡ଼ିଛି। ଏବେ ମା’ ଗର୍ଭାୟଣୀଙ୍କ ପୂଜା ଶାନ୍ତି ଓ ସୌହାର୍ଦ୍ଦ୍ୟର ସହ ହେବ ବୋଲି ଆଶା କରାଯାଉଛି ।

error: Content is protected !!