ସୁନ୍ଦରଗଡ଼ ଭବାନୀ ଭବନ ସ୍ପୋର୍ଟ୍ସ କଂପ୍ଲେକ୍ସ ଠାରେ ୭୦ ତମ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ କୃତି ଖେଳାଳି ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି l ୧୪ ବର୍ଷ ରୁ କମ ଏବଂ ୧୭ ବର୍ଷ ରୁ କମ ବାଳକ ବାଳିକା ମାନେ ଚୟନ ପ୍ରକ୍ରିୟାରେ ଭାଗ ନେଇଥିଲେ l ଏହି ଚୟନ ପ୍ରକ୍ରିୟାରେ ସିପକଟାକ୍ରୋ, ମୁଷ୍ଟିଯୁଦ୍ଧ, ତୀରନ୍ଦାଜ, ଟେବୁଲ ଟେନିସ, ବ୍ୟାଡ଼ମିଣ୍ଟନ ଓ ସାଇକେଲିଙ୍ଗ ଖେଳ ଚୟନ ପ୍ରକ୍ରିୟା ହୋଇଥିଲା l ବିଭିନ୍ନ ଖେଳରେ ପ୍ରାୟ ୩୦୦ ରୁ ଅଧିକ ଖେଳାଳି ଯୋଗଦାନ କରି ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ l ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ମୁରଲୀଧର ବେହେରା ଯୋଗଦାନ କରି ଦ୍ବୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡା ଶିକ୍ଷା ଅଧିକାରୀ ଅଜୟ ପ୍ରଧାନ ଓ ଟାଙ୍ଗରପାଲି ବ୍ଲକ ଶିକ୍ଷା ଅଧିକାରୀ ସିନି ବାଡା ଯୋଗଦାନ କରି ଖେଳାଳି ମାନଙ୍କୁ ଉତ୍ସlହିତ କରିଥିଲେ l ସିପକଟାକ୍ରୋ ଜାତୀୟ ରେଫରୀ କିରଣ ଶିଳା ବାର୍ଲା,ରାଜ୍ୟସ୍ତରୀୟ ରେଫରୀ ବିଜୟ ଲଷ୍ମୀ ନାଏକ, ହୁତାସନ ଦଣ୍ଡସେନା,କ୍ରୀଡା ଶିକ୍ଷକ ବିନତା ପଟେଲ, ଶିଲା ପଟେଲ, କାଦମ୍ବିନୀ ପଟେଲ, ରଜନୀକାନ୍ତ ପଟେଲ, ଅନୁପ ମହାପାତ୍ର,ହେମସାଗର ପଟେଲ, ମୁଷ୍ଟିଯୁଦ୍ଧ କୋଚ ରୂପକ କୁମାର ପ୍ରସାଦ ଓ ବିଭିନ୍ନ ବିଦ୍ୟାଳୟର କ୍ରୀଡା ଶିକ୍ଷକ ମାନେ ଖେଳ ପରିଚାଳନା କରିଥିଲେ l ଏଠାରେ ଯେଉଁ ଖେଳାଳି ମାନେ ଚୟନ ହେବେ ସେମାନେ ଆସନ୍ତା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ ବୋଲି ଜିଲ୍ଲା କ୍ରୀଡା ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି l

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…