September 11, 2026

Now Odisha

Now Odisha

-ମାନପୁର ଗ୍ରାମର ମହିଳା ମାନେ ଏସ୍‌ପିଙ୍କୁ ଭେଟି ନ୍ୟାୟ ମାଗିଲେ ||

Spread the love

-ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଳକ
କଣ୍ଟାବଣିଆ ଥାନା ମାନପୁର ଗ୍ରାମରେ
ଗୋଚର ଜମି ଜବରଦଖଲକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉଗ୍ରରୂପ ନେଉଛି। ଗୋଟିଏ ଗୋଷ୍ଠୀ ପ୍ରତି ପୋଲିସ ଅନ୍ୟାୟକରୁଥିବା ଅଭିଯୋଗ କରି ପୁରୁଷମାନେ
ଗ୍ରାମ ଛାଡ଼ି ପଳାଇଥିବାବେଳେ
ଜବରଦଖଲକାରୀମାନେ ମହିଳାମାନଙ୍କୁ ନିର୍ଯାତନା ଏବଂ ଗାଳିଗୁଲଜ କରୁଥିବା ନ୍ୟାୟ ପାଇଁ ମହିଳାମାନେ ଏସ୍‌ପିଙ୍କ ଦ୍ବାରସ୍ଥ ହୋଇଛନ୍ତି । ଫଳରେ ନ୍ୟାୟପାଇଁ ସମ୍ପୃକ୍ତ ଗୋଷ୍ଠୀର ବହୁ ସଂଖ୍ୟାରେ ମହିଳା ଢେଙ୍କାନାଳ ଆସି
ଏସ୍‌ପିଙ୍କ ଦ୍ବାରସ୍ଥ ହୋଇଛନ୍ତି।
ଅଭିଯୋଗରୁ ଜଣାପଡିଛି, ମାନପୁର
ଗ୍ରାମରେ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଗୋଚର ଜମିକୁ ଅନ୍ୟ ଏକ ଗୋଷ୍ଠୀର ଲୋକମାନେ ବାଡ଼ ପକାଇ ଓ ଖୁଣ୍ଟ ପୋତି ଜବରଦଖଲ କରିବା ପାଇଁ ଉଦ୍ୟମ
କରିଛନ୍ତି। ଏହାର ପ୍ରତିବାଦ କରିଥିଲେ। ଅଭିଯୋଗକାରୀମାନେ
ଫଳରେ ଅଭିଯୋଗକାରୀ ଗୋଷ୍ଠୀର
ମହିଳାମାନଙ୍କୁ ବିରୋଧୀ ଗୋଷ୍ଠୀର
ଲୋକମାନେ ଗାଳିଗୁଲଜ କରିବା ସହିତ ମାନସିକ ନିର୍ଯାତନା ଦେଉଛନ୍ତି । ଏପରିକି ପୁରୁଷ ଲୋକମାନଙ୍କ ବିରୋଧରେ
ମିଥ୍ୟା ମାମଲା ରୁଜୁ କରାଯାଇଥିବା
ବେଳେ କଣ୍ଟାବଣିଆ ଥାନା ପୋଲିସ
ସେମାନଙ୍କୁ ଗିରଫ କରିବା ପାଇଁ
ତନାଘନା କରୁଥିବାରୁ ମହିଳାମାନେ
ଆତଙ୍କିତ ଅବସ୍ଥାରେ ରହିଥ‌ିବା ଏସ୍‌ପିଙ୍କୁ ଅଭିଯୋଗ କରିଛନ୍ତି। ତୁରନ୍ତ ଗୋଚର ଜମି ଜବରଦଖଲ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଥିବା ମିଥ୍ୟା ମାମଲା ହଟାଇବା ସହିତ ଅଭିଯୋଗ କରିବାକୁ ଆସିଥିବା ମହିଳାମାନଙ୍କୁ ନ୍ୟାୟ ପ୍ରଦାନ ନିମନ୍ତେ
ଏସ୍‌ପିଙ୍କୁ ଲିତ ଭାବେ ଜଣାଇଥିବା
ସୂଚନା ।

error: Content is protected !!