September 11, 2026

Now Odisha

Now Odisha

ଭିତରକନିକାରେ ବଢ଼ିଲେ ଦେଶୀୟ ପକ୍ଷୀ

Spread the love

ମୌସୁମୀର ଆଗମନରେ ଚଳିତ ବର୍ଷ ଜୁଲାଇ ମାସଠାରୁ ସେପ୍ଟେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଦେଶୀୟ ପକ୍ଷୀଙ୍କ ସମାଗମରେ ପକ୍ଷୀବିହାର ଭିତରକନିକାର ଶୋଭା ଦ୍ୱିଗୁଣିତ ହେବାରେ ଲାଗିଛି। ପ୍ରାୟ ୧୦ ପ୍ରକାରର ଦେଶୀୟ ପକ୍ଷୀ, ବିଶେଷକରି ଅଞ୍ଜନା, ସାମୁଦ୍ରିକ ଛଞ୍ଚାଣ, ୮ ପ୍ରକାରର ମାଛରଙ୍କା, ସୁଅସାରି, ୫ ପ୍ରକାରର ବଗ ପ୍ରଭୃତି ପକ୍ଷୀଙ୍କ ସମାଗମ ହୋଇଛି।

ଏହି ପକ୍ଷୀମାନେ ଲୁଣା ଜଙ୍ଗଲରେ ବସା ବାନ୍ଧି ଅଣ୍ଡା ଦେବା ସହ ଛୁଆ ଫୁଟିବାର ମନୋରମ ଦୃଶ୍ୟ ପକ୍ଷୀପ୍ରେମୀଙ୍କୁ ଆନମନା କରିଦେଉଛି।

ଚଳିତ ମାସ ୩ରୁ ୫ ତାରିଖ ପର୍ଯ୍ୟନ୍ତ ରାଜନଗର ଡିଏଫ୍‌ଓ ଭରଦରାଜ ଗାଓଁକରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭିତରକନିକା ଜାତୀୟ ଉଦ୍ୟାନରେ ବନ ବିଭାଗର କର୍ମଚାରୀମାନେ ପକ୍ଷୀ ଗଣନାରେ ସାମିଲ ହୋଇଥିଲେ। ଚଳିତ ବର୍ଷ ମୋଟ ୧,୩୨,୨୭୯ଟି ପକ୍ଷୀଙ୍କ ସମାଗମ ହୋଇଥିବା ଜଣାପଡ଼ିଛି।

error: Content is protected !!