ଆଗୁଆ ସ୍କୁଲ ଛୁଟି ପାଇଁ ଛାତ୍ରଛାତ୍ରୀଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ।ଆସନ୍ତା ଏପ୍ରିଲ ୨୫ରୁ ରାଜ୍ୟର ସବୁ ସ୍କୁଲ ଛୁଟି । ରାଜ୍ୟରେ ବଢ଼ିଚାଲିଥିବା ଖରାକୁ ଦୃଷ୍ଟିରେ ଏପରି ପଦକ୍ଷେପ ନିଆଯାଇଛି । ଏପ୍ରିଲ ୨୫ରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲରେ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି ସମୟରେ ସ୍କୁଲ ପିଲାଙ୍କୁ ଦିଆଯିବ ମଧ୍ୟାହ୍ନଭୋଜନ ଖର୍ଚ୍ଚ ସହ ଚାଉଳ। ଏନେଇ ପିଏମ ପୋଷଣ ରାଜ୍ୟ ନୋଡାଲ ଅଫିସର ରଘୁରାମ ଆର୍ ଆୟାରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି।୨୫ ତାରିଖରୁ ମେ ୪ ତାରିଖ ପର୍ଯ୍ୟନ୍ତ ଅର୍ଥାତ ୯ ଦିନର ଖାଦ୍ୟ ପିଲାଙ୍କୁ ଦିଆଯିବ। ମୋଟ ୧୨ ଦିନର ଛୁଟି ପାଇଁ ଅଭିଭାବକଙ୍କୁ ମଧ୍ୟାହ୍ନଭୋଜନ ସାମଗ୍ରୀର ଖର୍ଚ୍ଚ ସହ ଚାଉଳ ବଣ୍ଟନ କରାଯିବ। ରୋଷେଇ ଖାଦ୍ୟ ସାମଗ୍ରୀର ଖର୍ଚ୍ଚ ସିଧାସଳଖ ପିଲା କିମ୍ବା ଅଭିଭାବକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ। ୧୫ ଦିନ ମଧ୍ୟରେ ଏହି କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି।
More Stories
କିଏ ଏହି ରେଭେନ୍ସା ? କାହିଁକି ତାଙ୍କ ନାମରେ ନାମିତ ହୋଇଛି ବିଶ୍ୱବିଦ୍ୟାଳୟ ? ଜାଣନ୍ତୁ…
ବଢ଼ିଲା କମର୍ସିଆଲ ଗ୍ୟାସ ଦର
ଆଜିଠାରୁ ସୁଭଦ୍ରା ଯୋଜନାର ପଞ୍ଜୀକରଣ