ଭୁବନେଶ୍ୱର : ରାଜଧାନୀର ଶିଶୁପାଳଗଡ଼ ହତ୍ୟାକାଣ୍ଡ ଘଟଣାରେ ଦୁଇ ଦିନିଆ ରିମାଣ୍ଡରେ ଅଭିଯୁକ୍ତ । ଶିଶୁପାଳଗଡ଼ ହତ୍ୟାକାଣ୍ଡରେ ଧଉଳି ଥାନା ପୋଲିସର ଆକ୍ସନ । ଦୁଇ ଦିନିଆ ରିମାଣ୍ଡରେ ଅଭିଯୁକ୍ତଙ୍କୁ ଆଣି ଜେରା କରାଯାଉଛି । ହତ୍ୟାରେ ବ୍ୟବହୃତ ବନ୍ଧୁକ କେଉଁଠୁ ଆସିଲା, କିଏ ଆଣିଥିଲା ଚାଲିଛି ଖୋଳତାଡ଼ ।
ବନ୍ଧୁକ ଚୋରା ଚାଲାଣ ରାକେଟ୍ ର ଚେର ଖୋଜୁଛି ପୋଲିସ ।Home
/
/
/
Sisupalagada Firing Case : ଶିଶୁପାଳଗଡ଼ ହତ୍ୟାକାଣ୍ଡ ଘଟଣା, ଦୁଇ ଦିନିଆ ରିମାଣ୍ଡରେ ଅଭିଯୁକ୍ତ
Sisupalagada Firing Case : ଶିଶୁପାଳଗଡ଼ ହତ୍ୟାକାଣ୍ଡ ଘଟଣା, ଦୁଇ ଦିନିଆ ରିମାଣ୍ଡରେ ଅଭିଯୁକ୍ତ

ଭୁବନେଶ୍ୱର : ରାଜଧାନୀର ଶିଶୁପାଳଗଡ଼ ହତ୍ୟାକାଣ୍ଡ ଘଟଣାରେ ଦୁଇ ଦିନିଆ ରିମାଣ୍ଡରେ ଅଭିଯୁକ୍ତ । ଶିଶୁପାଳଗଡ଼ ହତ୍ୟାକାଣ୍ଡରେ ଧଉଳି ଥାନା ପୋଲିସର ଆକ୍ସନ । ଦୁଇ ଦିନିଆ ରିମାଣ୍ଡରେ ଅଭିଯୁକ୍ତଙ୍କୁ ଆଣି ଜେରା କରାଯାଉଛି । ହତ୍ୟାରେ ବ୍ୟବହୃତ ବନ୍ଧୁକ କେଉଁଠୁ ଆସିଲା, କିଏ ଆଣିଥିଲା ଚାଲିଛି ଖୋଳତାଡ଼ ।
ବନ୍ଧୁକ ଚୋରା ଚାଲାଣ ରାକେଟ୍ ର ଚେର ଖୋଜୁଛି ପୋଲିସ ।
ରାକେଟ୍ ପଛରେ ଆଉ କାହାର ହାତ ରହିଛି, ସେନେଇ ଅଭିଯୁକ୍ତଙ୍କୁ ଜେରା ହୋଇଛି । ବନ୍ଧୁକ ଯୋଗାଣକାରୀଙ୍କ ପାଖରେ ପହଞ୍ଚିବାକୁ ପୋଲିସର ତନାଘନା । ତପୁ ନାୟକଙ୍କୁ ଗୁଳି ମାରି ହତ୍ୟା ଘଟଣାରେ ପୋଲିସର ତନାଘନା । ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପୁଣି କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି ପୋଲିସ ।
ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ହତ୍ୟାକାଣ୍ଡର ପୂରା ଘଟଣାକ୍ରମ ଯାଞ୍ଚ କରିଛି ପୋଲିସ । ଏହାସହ ଦୁଇ ଅଭିଯୁକ୍ତଙ୍କ ସମ୍ପର୍କିତ ୪ଟି ଗାଡ଼ି ଜବତ କରିଛି ପୋଲିସ । ଅଭିଯୁକ୍ତ ଉମେଶଙ୍କ ସମେତ ଅନ୍ୟ ଗଜେନ୍ଦ୍ରଙ୍କ ଘରେ ମଧ୍ୟ ତଲାସୀ କରାଯାଇଛି । ମୁଖ୍ୟ ଅଭିଯୁକ୍ତ ଚିତ୍ରସେନ ଗଜେନ୍ଦ୍ରଙ୍କ ଘରୁ ଜବତ ହୋଇଛି ୪ଟି କଳା ରଙ୍ଗର ଦାମୀ ଗାଡ଼ି । କୋଟିଏ ଟଙ୍କାର ଗାଡ଼ି, ହେଲେ ଏହା ପଛରେ ରହିଛି କି କଳା କାରନାମାର କାହାଣୀ ?
ଏହି ଗାଡ଼ିଗୁଡ଼ିକ କେବଳ ସଉକ ପାଇଁ ନା ଅପରାଧ ଘଟାଇବାରେ ହେଉଥିଲା ବ୍ୟବହାର ? ବେଆଇନ କାରବାର ସହ ରହିଛି କି ଲିଙ୍କ୍ ? ଗାଡ଼ିର ମାଲିକାନାଠାରୁ ଆରମ୍ଭ କରି ଏହାର ପୂର୍ବ ଇତିହାସ ପର୍ଯ୍ୟନ୍ତ ସବୁ ଦିଗକୁ ନେଇ ତଦନ୍ତ କରୁଛି ଧଉଳି ଥାନା ପୋଲିସ । ୪ଟି କଳା ଗାଡ଼ିର ରହସ୍ୟ ଖୋଲିଲେ ସାମ୍ନାକୁ ଆସିପାରେ ଅଭିଯୁକ୍ତର ଅପରାଧ ସାମ୍ରାଜ୍ୟର ଅନେକ ଗୁମର । ଅନ୍ୟପଟେ ଏହି ହତ୍ୟାକାଣ୍ଡ ଘଟଣାରେ ଆଉ ଜଣକୁ ଉଠାଇ ଆଣିଲା ଧଉଳି ଥାନା ପୋଲିସ। ଅଭିଯୁକ୍ତ ଚିତ୍ରସେନ ଘରୁ ଜବତ ହେଇଛି ଅଫୁଟା ଗୁଳି।
