September 12, 2026

Now Odisha

Now Odisha

 ବେଆଇନ ମଦ ବିକ୍ରି ଅଭିଯୋଗରେ ଥାନାର ଦ୍ୱାରସ୍ଥ ହେଲେ ଶତାଧିକ ମହିଳା, କାର୍ଯାନୁଷ୍ଠାନ ପାଇଁ କଲେ ଦାବି

Spread the love

ବେଆଇନ ମଦ ବିକ୍ରି ଅଭିଯୋଗରେ ଥାନାର ଦ୍ୱାରସ୍ଥ ହେଲେ ଶତାଧିକ ମହିଳା । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଝାରକଦଳୀପାଳି ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ବେଆଇନ ଭାବରେ ମଦ ବିକ୍ରି କରାଯାଉଥିବାରୁ ଗ୍ରାମର ଅସାମାଜିକ କାର୍ଯକଳାପ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଯାହା ଫଳରେ ମହିଳାମାନେ ଅସୁରକ୍ଷିତ ମନେ କରୁଛନ୍ତି ।ପୂର୍ବରୁ ଅନେକ ଥର ଅବକାରୀ ଓ ପୋଲିସ ପାଖରେ ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯାନୁଷ୍ଠାନ ହେଉନଥିବା କଥା ସାମ୍ନାକୁ ଆସିଥିଲା । ତେବେ କାର୍ଯ୍ୟନୁଷ୍ଠାନ ହେଉନଥିବାରୁ ଆଜି ବାଧ୍ୟ ହୋଇ ଗ୍ରାମର ଶତାଧିକ ମହିଳା ଥାନା ଓ ଅବକାରୀ ବିଭାଗ ପାଖରେ ମଦ ବିକ୍ରି ସମ୍ପୂର୍ଣ ଭାବରେ ବନ୍ଦ କରିବା ପାଇଁ ଲିଖିତ ଭାବରେ ଜଣାଇଛନ୍ତି ।

error: Content is protected !!