September 17, 2026

Now Odisha

Now Odisha

ଅଲଟୋ କାର୍ ଭିତରେ ଗଞ୍ଜେଇର ପାହାଡ଼! ଧରାପଡ଼ିଲେ ଗୌରୀଶଙ୍କର, ସହଯୋଗୀ ଫେରାର

Spread the love

ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସକୁ ମିଳିଛି ବଡ଼ ସଫଳତା। ଗଞ୍ଜେଇ ଚାଲାଣ ବେଳେ ପୋଲିସ ଚଢ଼ଉ କରି ୯୫ କେଜି ଗଞ୍ଜେଇ ସହ ଏକ ଅଲ୍‌ଟୋ କାର୍‌ (OD 07 AN 8219) ଜବତ କରିବା ସହ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣକ ଶେରଗଡ଼ ଥାନା ଅନ୍ତର୍ଗତ ଗୋଠ ଗାଁର ଗୌରୀଶଙ୍କର ମହାନ୍ତି ବୋଲି ଜଣାପଡ଼ିଛି।

ପୋଲିସ ଚାକିରିରେ ସଦ୍ୟ ଯୋଗ ଦେଇଥିବା ଯୁବ ସବ୍‌-ଇନ୍ସପେକ୍ଟର (SI) ତାପସ ସେଠୀ ପ୍ରଥମ କାର୍ଯ୍ୟରେ ହିଁ ନିଜର ଦକ୍ଷତା ଓ ଦମ ଦେଖାଇଛନ୍ତି। ଆଇଆଇସି କୁଳମଣି ସେଠୀଙ୍କ ସୂଚନା ଅନୁଯାୟୀ, ପୁରୁଷୋତ୍ତମପୁର-କୋଦଳା ରାସ୍ତାର ଝରଣ ଛକ ନିକଟରେ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଏକ ସନ୍ଦିଗ୍ଧ ଅଲ୍‌ଟୋ କାର୍‌କୁ ଅଟକାଇ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ଗାଡ଼ି ଭିତରୁ ବିପୁଳ ପରିମାଣର ଗଞ୍ଜେଇ ମିଳିଥିଲା।

ତେବେ ଯାଞ୍ଚ ସମୟରେ କୌଶଳକ୍ରମେ ଅଭିଯୁକ୍ତଙ୍କ ଅନ୍ୟ ଜଣେ ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଏକ୍ସିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ ସଙ୍ଗୀତା ସେଠୀଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇର ଓଜନ କରାଯିବାରୁ ତାହା ୯୫ କେଜି ଥିବା ଜଣାପଡ଼ିଥିଲା।

ଏହି ସନ୍ଦର୍ଭରେ ପୁରୁଷୋତ୍ତମପୁର ଥାନାରେ କେସ୍‌ ନଂ ୬୩୭/୨୬ ରୁଜୁ କରାଯାଇ ଏସ୍‌ଆଇ ତାପସ ସେଠୀ ଘଟଣାର ତଦନ୍ତ ଚଳାଇଛନ୍ତି। ପ୍ରାଥମିକ ତଦନ୍ତରୁ ଏହି ଗଞ୍ଜେଇ କୋଦଳା ଥାନା ଅନ୍ତର୍ଗତ ଛଚିନା ଗ୍ରାମରୁ ବ୍ରହ୍ମପୁର ଚାଲାଣ ହେଉଥିବା ଜଣାପଡ଼ିଛି। ଫେରାର ଥିବା ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ନିକଟରେ ଗିରଫ କରାଯିବ ବୋଲି ଆଇଆଇସି କୁଳମଣି ସେଠୀ ପ୍ରକାଶ କରିଛନ୍ତି।

error: Content is protected !!