କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି I ମୃତ ନାବାଳିକା ଜଣକ ସିନ୍ଧିପଦର ଗ୍ରାମର ଅରକ୍ଷିତ ହରିଜନଙ୍କ ଝିଅ ନିହାରିକା ହରିଜନ (୧୦) ଅଟେ I ପୋଲିସର ସୂଚନାନୁସାରେ, ନାବାଳିକା ଜଣକ ସାଢେ ଗୋଟାଏ ସମୟରେ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଅସାବଧାନତାବଶତଃ ପୋଖରୀରେ ତାଙ୍କ ଗୋଡ଼ ଖସିଯାଇଥିଲା ଓ ଗଭୀର ପାଣିରେ ବୁଡ଼ିଯାଇଥିଲା ସାଙ୍ଗରେ ଥିବା ପିଲାମାନେ ନିହାରିକା ପାଣିରେ ବୁଡିଯିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ I ଖବର ପାଇ ପରିବାର ଲୋକେ ଓ ସାଇପ ଲୋକେ ପୋଖରୀକୁ ଯାଇ ପହଞ୍ଚିଥିଲେ I ପୋଖରୀରୁ ନିହାରିକାକୁ ଉଦ୍ଧାର କରି ବିଶ୍ୱନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ I ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଚିକିତ୍ସା ପରେ ମୃତ ଘୋଷଣା କରିଥିଲେ I ଖବର ପାଇ ବିଶ୍ୱନାଥପୁର ଥାନା ଦାଇତ୍ୱରେ ଥିବା ଲାଞ୍ଜିଗଡ ଥାନାଧିକାରୀ ଯଶବନ୍ତ ହିଆଲଙ୍କ ନେତୃତ୍ୱରେ ବିଶ୍ୱନାଥପୁର ଏସଆଇ ପ୍ରବୀଣ ରଥ ପୋଲିସ ବଳ ସହିତ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଲାଞ୍ଜିଗଡ ଶବ ବ୍ୟବଛେଦ ପାଇଁ ପଠେଇଥିଲେ I ଏନେଇ ବିଶ୍ୱନାଥପୁର ଥାନା କେଶ ନଂ ୬/୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବାବେଳେ ଶବ ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରା ଯାଇଥିବା ଏଏସଆଇ ପ୍ରବୀଣ ରଥ ପ୍ରକାଶ କରିଛନ୍ତି I

More Stories
ପୁଣି ରାଜଧାନୀରେ ଫୁଟିଲା ଗୁଳି,
ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା
ବାତ୍ୟାକୁ ନେଇ ବଡ଼ ଅପଡେଟ୍ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ