September 23, 2026

Now Odisha

Now Odisha

ଗଞ୍ଜାମରେ ପୋଲିସ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ତିନି ତିନିଟି ମନ୍ଦିରରୁ ଲୁଟ୍‌, ରାତି ପାହିଲା ବେଳକୁ…

Spread the love

ଗଞ୍ଜାମ ସହରରେ ଗୋଟିଏ ରାତିରେ ତିନୋଟି ମନ୍ଦିରରୁ ସଙ୍ଘବଦ୍ଧ ଲୁଟ୍ ହୋଇଥିବା ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ବଡ଼ ବଜାର ସ୍ଥିତ ଲଚ୍ଚମନ ବାଲାଜୀ ହନୁମାନ ମନ୍ଦିର, ଓଡ଼ିଆ ଢମଣା ସାହିର ରାମଲିଙ୍ଗେଶ୍ୱର ମନ୍ଦିର ଏବଂ ସାନ ବଜାର କୈବର୍ତ୍ତ ସାହିର ରାଧାକୃଷ୍ଣ ମନ୍ଦିରକୁ ଟାର୍ଗେଟ କରିଥିଲେ। ରାତିର ଅନ୍ଧକାରର ସୁଯୋଗ ନେଇ ତିନୋଟିଯାକ ମନ୍ଦିରରୁ ସମସ୍ତ ଠାକୁରଙ୍କ ରୁପାରେ ନିର୍ମିତ କିରୀଟଗୁଡ଼ିକୁ ଦୁର୍ବୃତ୍ତମାନେ ଲୁଟି ନେଇଥିବା ଜଣାପଡ଼ିଛି।

ଏହି ସମ୍ପର୍କରେ ଖବର ପାଇବା ପରେ ଗଞ୍ଜାମ ଥାନା ଅତିରିକ୍ତ ଆଇଆଇସି ଶୁଭଲକ୍ଷ୍ମୀ କହଁର ପୁଲିସ ବଳ ସହ ଘଟଣାସ୍ଥଳଗୁଡ଼ିକରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାକୁ ନେଇ ମନ୍ଦିର ପ୍ରଶାସନ ଓ ସାହି କମିଟି ପକ୍ଷରୁ ଥାନାରେ ଲିଖିତ ଏତଲା ଦିଆଯାଇଛି। କିଛି ଦିନର ନୀରବତା ପରେ ସହରରେ ପୁଣି ମନ୍ଦିର ଲୁଟେରା ଗ୍ୟାଙ୍ଗ ସକ୍ରିୟ ହୋଇଉଠିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ୍ ଆଧାରରେ ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

error: Content is protected !!