September 23, 2026

Now Odisha

Now Odisha

ନୂଆ ପ୍ରଦେଶ ପ୍ରଭାରୀ ଘୋଷଣା କଲା ଭାଜପା: ସ୍ମୃତି, ବୈଜୟନ୍ତଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଜାଣନ୍ତୁ ଓଡ଼ିଶା ଦାୟିତ୍ୱରେ କିଏ…

Spread the love

ଭାରତୀୟ ଜନତା ପାର୍ଟି (ଭାଜପା) ସଂଗଠନରେ ବଡ଼ ଧରଣର ପରିବର୍ତ୍ତନ କରି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନୂଆ ପ୍ରଦେଶ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ କରିଛି। ଦଳର ଜାତୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ପକ୍ଷରୁ ଜାରି ତାଲିକାରେ ମୋଟ ୩୬ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନିଯୁକ୍ତି ଘୋଷଣା କରାଯାଇଛି। ଏହି ନିଯୁକ୍ତିଗୁଡ଼ିକ ତତ୍କାଳ ପ୍ରଭାବରେ ଲାଗୁ ହେବ।

ହରିଶ ଦ୍ୱିବେଦୀଙ୍କୁ କର୍ନାଟକ ଓ ବିହାରର ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ସ୍ମୃତି ଇରାନୀଙ୍କୁ ଛତିଶଗଡ଼ ଓ ହରିୟାଣାର ପ୍ରଭାରୀ ଦାୟିତ୍ୱ, ବିନୟ ସହସ୍ରବୁଦ୍ଧେଙ୍କୁ ଦିଲ୍ଲୀ ଭାଜପାର ପ୍ରଭାରୀ କରାଯାଇଛି। ତରୁଣ ଚୁଗ୍‌ଙ୍କୁ ଗୁଜରାଟ ଏବଂ ଶ୍ରୀକାନ୍ତ ଶର୍ମାଙ୍କୁ ହିମାଚଳ ପ୍ରଦେଶର ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ରାମ ମାଧବଙ୍କୁ ଉତ୍ତରାଖଣ୍ଡ ଭାଜପାର ପ୍ରଭାରୀ ନିଯୁକ୍ତ କରାଯାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ମଧ୍ୟରେ ଉତ୍ତରପ୍ରଦେଶର ପ୍ରଦେଶ ପ୍ରଭାରୀ ଦାୟିତ୍ୱ ବିନୋଦ ତାୱଡେଙ୍କୁ ଦିଆଯାଇଛି। ତାଙ୍କ ସହ ୪ ଜଣ ନେତାଙ୍କୁ ସହପ୍ରଭାରୀ କରାଯାଇଛି। ସେମାନେ ହେଲେ ଜଗଦୀଶ ପଟେଲ, ମେଘା କୁଲକର୍ଣ୍ଣୀ, ଡ. ପ୍ରଦୀପ ବର୍ମା ଏବଂ ଅନନ୍ତ ଓଝା। ଭାଜପାର ନୂଆ ତାଲିକାରେ ଅନେକ ବଡ଼ ରାଜ୍ୟର ଦାୟିତ୍ୱରେ ମଧ୍ୟ ପରିବର୍ତ୍ତନ କରାଯାଇଛି।

ମଧ୍ୟପ୍ରଦେଶ: ବିପ୍ଲବ କୁମାର ଦେବଙ୍କୁ ପ୍ରଭାରୀ ଏବଂ ରେଖା ବର୍ମାଙ୍କୁ ସହପ୍ରଭାରୀ କରାଯାଇଛି।

ମହାରାଷ୍ଟ୍ର: ବୈଜୟନ୍ତ ପଣ୍ଡା ପ୍ରଭାରୀ ରହିବେ। ଅମିତ ମାଲବୀୟ, ସଦାନନ୍ଦ ଶେଟ ତନୱାଡେ ଏବଂ କମଲଜିତ ସହରାୱତଙ୍କୁ ସହପ୍ରଭାରୀ ଦାୟିତ୍ୱ ମିଳିଛି।

ବିହାର: ହରିଶ ଦ୍ୱିବେଦୀଙ୍କୁ ପ୍ରଭାରୀ ଏବଂ ସଙ୍ଗୀତା ଯାଦବ ଓ ରୋହନ ଗୁପ୍ତାଙ୍କୁ ସହପ୍ରଭାରୀ କରାଯାଇଛି।

ଗୁଜରାଟ: ତରୁଣ ଚୁଗ୍‌ଙ୍କୁ ପ୍ରଭାରୀ ଏବଂ ଅଜୟ ମହାୱର ଓ ଗୋମତୀ ସାଇଙ୍କୁ ସହପ୍ରଭାରୀ ଦାୟିତ୍ୱ ।

ହରିୟାଣା: ସ୍ମୃତି ଇରାନୀଙ୍କୁ ପ୍ରଭାରୀ ଏବଂ ଭୋଲା ସିଂହଙ୍କୁ ସହପ୍ରଭାରୀ ।

ରାଜସ୍ଥାନ: ସଞ୍ଜୟ ଭାଟିଆ ପ୍ରଭାରୀ ରହିବେ। କବିତା ପାଟିଦାର ଓ କୁଲଜିତ ଚହଲଙ୍କୁ ସହପ୍ରଭାରୀ ଦାୟିତ୍ୱ ଦିଆଯାଇଛି।

ଓଡ଼ିଶା : ପ୍ରଭାରୀ ଦାୟିତ୍ୱ ପାଇଲେ ଡି ପୂରନ୍ଦେଶ୍ବରୀ। ଡ. ସ୍ବଦେଶ ସିଂ ହେଲେ ଓଡ଼ିଶା ସହପ୍ରଭାରୀ।

error: Content is protected !!