October 10, 2026

Now Odisha

Now Odisha

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

Spread the love

 କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ କରିଯିବା ପରେ ବିଶ୍ୱବିଦ୍ୟାଳୟ ଏବଂ କଲେଜ ନିର୍ବାଚନ ପରିଚାଳନା କର୍ତ୍ତୃପକ୍ଷ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରିଛନ୍ତି।

ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ୧୨ଟି ପଦବୀରେ ସମୁଦାୟ ୩୨ ଜଣ ପ୍ରାର୍ଥୀ ଓ ପ୍ରାର୍ଥିିନୀ ନାମାଙ୍କନପତ୍ର ଦାଖଲ କରିଥିଲେ। ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଚୂଡାନ୍ତ ତାଲିକାରେ ୨୦ ଜଣ ପ୍ରାର୍ଥୀ ରହିଛନ୍ତି। ସେ ଭିତରୁ ୧୩ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ସଭାପତି ପଦରେ ୩ଜଣ ପ୍ରାର୍ଥୀ ଚିରଞ୍ଜିବୀ ପ୍ରଧାନ, ଆକାଶ ମିଶ୍ର ଓ ଭୋଲାସାଗର ଗଡତ୍ୟା ମଇଦାନରେ ରହିଛନ୍ତି। ଉପସଭାପତି ପଦରେ ୩ ପ୍ରାର୍ଥୀ ଟିକେଶ୍ୱର ପୋଢ଼, ସେବତୀ ଧରୁଆ ଓ ସାବିତ୍ରୀ ସାହୁ ରହିଛନ୍ତି। ସାଧାରଣ ସମ୍ପାଦକ ପଦରେ ୩ ପ୍ରାର୍ଥୀ ସ୍ଥିତିପ୍ରଜ୍ଞା ରଥ, ମୌସମ ପଟେଲ ଓ ତ୍ରିଦିବେଶ ପଟ୍ଟନାୟକ ରହିଛନ୍ତି।

ଆଥ୍‌ଲେଟିକ୍‌ ଆସୋସିଏଶନ୍‌ ସହସମ୍ପାଦକ ପଦରେ ପ୍ରତିମ ସୁନା ଓ ସୃତିସ୍ମିତା ପଣ୍ଡା ରହିଛନ୍ତି। ସେହିପରି କଳା ଷ୍ଟ୍ରିମ୍‌ ଛାତ୍ର ପ୍ରତିନିଧି ପଦରେ ଦୁଇଜଣ ପ୍ରାର୍ଥୀ ସୁରଜ ପଧାନ ଓ ଶୁଭମ୍‌ ନାଏକ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଅନ୍ୟ ପଦବୀର ଅପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।

ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶିତ ହେବା ପରେ ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦ ସଭାପତି ପଦରେ ୩ଜଣ ପ୍ରାର୍ଥିନୀ ଆକାଂକ୍ଷା ପ୍ରିୟଦର୍ଶନୀ ବିଭାର, ଦୀପ୍ତିମୟୀ କର୍ମୀ ଓ ସୃଷ୍ଟିଶ୍ରୀ ପ୍ରଧାନ ରହିଛନ୍ତି। ଉପସଭାପତି ପଦରେ ୨ଜଣ ଲଭ୍‌ଲି ପଟେଲ ଓ ସସ୍ମିତା ରାୟ ରହିଛନ୍ତି। ସାଧାରଣ ସମ୍ପାଦିକା ପଦରେ ୩ଜଣ ଝରଣା ମଲ୍ଲିକ, ରୋଜାଲି ମହାକୁଡ ଓ ତରଙ୍ଗା ବାରିକ ରହିଛନ୍ତି।

ଡେ ସ୍କୋରାଲ ଆସୋସିଏଶନ୍‌ ସମ୍ପାଦକ ପଦରେ ଆଶ୍ଳେଷା ମହାନ୍ତି ଓ ସୃଷ୍ଟିରେଖା ସାଏ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଅନ୍ୟ ପଦରେ ଅପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ରହିଛନ୍ତି। ସେହିପରି ବଲାଙ୍ଗୀର ସରକାରୀ ମହାବିଦ୍ୟାଳୟର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଛାତ୍ର ସଂସଦ ସଭାପତି ଓ ସାଂସ୍କୃତିକ ସମ୍ପାଦକ ପଦରେ ନିର୍ବାଚନ ହେବ।

ସଭାପତି ପଦରେ ପ୍ରତୀକ ରଞ୍ଜନ ବେହେରା ଓ ସୌମ୍ୟ ରଞ୍ଜନ ପଟେଲ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।  ସାଂସ୍କୃତିକ ସମ୍ପାଦକ ପଦରେ ନିରନ୍‌ କର୍ଣ୍ଣ ଓ ଜ୍ଞାନରଞ୍ଜନ ଗଡତ୍ୟା ମଇଦାନରେ ଅଛନ୍ତି। ଏହାବାଦ୍‌ ସାଧାରଣ ସମ୍ପାଦକ ପଦରେ ଗୋବିନ୍ଦ ବାରିକ, ଉପସଭାପତି ପଦରେ ଆଦ୍ୟାଶା ପ୍ରିୟଦର୍ଶନୀ ଏବଂ ଡିଏସ୍‌ଏ ସେକ୍ରେଟେରୀ ପଦରେ ବିନିତ୍‌ ବେହେରା ଅପ୍ରତିଦ୍ୱନ୍ଦ୍ୱୀ ରହିଛନ୍ତି। ଏହି କଲେଜରୁ ଜଣେ ମାତ୍ର ପ୍ରାର୍ଥୀ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିଥିବା ସୂଚନା ଦିଆଯାଇଛି। ଶାନ୍ତିଶୃଙ୍ଖଳାର ସହ କିଭଳି ଛାତ୍ର ସଂସଦ ନିର୍ବାଚନ ପରିଚାଳନା କରାଯିବ ସେନେଇ ସମସ୍ତ ସୁବ୍ୟବସ୍ଥା କରାଯାଉଛି ଏବଂ କ୍ୟାମ୍ପସରେ ଆବଶ୍ୟକ ପୋଲିସ ମୁତୟନ କରାଯାଇଥିବା ଜଣାପଡିଛି।

error: Content is protected !!