October 10, 2026

Now Odisha

Now Odisha

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

Spread the love

ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି। ଏ ନେଇ ଫେଡେରେଶନ ପକ୍ଷରୁ ଶନିବାର ବିବୃତି ଜାରି କରାଯାଇଛି।

ବର୍ଷୀୟ ରୋନାଲ୍ଡୋ ନୂଆ କୋଚ୍‌ ଜର୍ଜ ଜିସସ୍‌ଙ୍କ ସହ ବିବାଦ କାରଣରୁ ଅନ୍ତର୍ଜାତୀୟ ଓ୍ବିଣ୍ଡୋରେ ପର୍ତ୍ତୁଗାଲ କ୍ୟାମ୍ପ ଛାଡ଼ି ଚାଲିଯାଇଥିଲେ। ରୋନାଲ୍ଡୋଙ୍କ ଅନୁପସ୍ଥିତିରେ ପର୍ତ୍ତୁଗାଲ ତା’ର ସମସ୍ତ ୩ ମ୍ୟାଚ୍‌ ଜିତିଥିଲା ଏବଂ ତାଙ୍କ ବଦଳରେ ଖେଳିଥିବା ଗୋସାଲୋ ରାମୋସ ୩ ଗୋଲ ସ୍କୋର କରିଥିଲେ। ରୋନାଲ୍ଡୋଙ୍କୁ ନରଓ୍ବେ ବିପକ୍ଷ ମ୍ୟାଚ୍‌ରେ ନ ଖେଳାଇ ବେଞ୍ଚରେ ବସାଇବା ଏକ ଭୁଲ୍‌ ନିଷ୍ପତ୍ତି ଥିଲା ବୋଲି କୋଚ୍‌ ଜର୍ଜ ଜିସସଙ୍କୁ ସେ ସ୍ବୀକାର କରିବାକୁ କହିଥିଲେ। ହେଲେ ପର୍ତ୍ତୁଗାଲ କୋଚ୍‌ ନିଜ ଭୁଲ୍‌ ସ୍ବୀକାର କରି ନ ଥିଲେ। ଏହାକୁ କେନ୍ଦ୍ର କରି ରୋନାଲ୍ଡୋ କ୍ୟାମ୍ପ ଛାଡ଼ି ଚାଲିଯାଇଥିଲେ। ତେବେ ରୋନାଲ୍ଡୋ ସୋସିଆଲ ମିଡିଆରେ ପୋଷ୍ଟ କରି ଫେଡେରେଶନର ପଦକ୍ଷେପ ସମ୍ପର୍କରେ ପୂର୍ବରୁ ଜଣାଥିଲା ବୋଲି ସୂଚନା ଦେବା ସହ ପ୍ରଶଂସକଙ୍କୁ ଫେୟାରଓ୍ବେଲ ମ୍ୟାଚ୍‌ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

error: Content is protected !!