ଗୁଡ଼ାରି ତହସିଲ ଅନ୍ତର୍ଗତ ଏମ୍.କେ. ରାଇ ରାଜସ୍ୱ ଅଞ୍ଚଳର ଜଳନିଧି ଓ ଦେଣ୍ଡୁଗୁଡ଼ା ଗ୍ରାମରେ ୫୧ ଜଣ ହିତାଧିକାରୀଙ୍କୁ ସ୍ଥାୟୀ ପଟ୍ଟା ବଣ୍ଟନ କରାଯାଇଛି। ଜଳନିଧି ଗ୍ରାମର ୨୬ ଜଣ ଏବଂ ଦେଣ୍ଡୁଗୁଡ଼ା ଗ୍ରାମର ୨୫ ଜଣ ହିତାଧିକାରୀଙ୍କୁ ଏହି ପଟ୍ଟା ପ୍ରଦାନ କରାଯାଇଛି।
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜମିର ଖାତାଧାରୀଙ୍କ ମୃତ୍ୟୁ ପରେ ତାଙ୍କ ଉତ୍ତରାଧିକାରୀଙ୍କ ନାମରେ ପଟ୍ଟା ପ୍ରଦାନ କରିବା ପାଇଁ ପୂର୍ବରୁ ତହସିଲଦାର ଓ ରାଜସ୍ୱ ନିରୀକ୍ଷକଙ୍କ ପକ୍ଷରୁ ଜନଶୁଣାଣି କରାଯାଇଥିଲା। ଏହି ସମୟରେ ଉତ୍ତରାଧିକାରୀମାନଙ୍କ ଉପସ୍ଥିତିରେ ଆବଶ୍ୟକ ଶୁଣାଣି ଓ ଯାଞ୍ଚ କରାଯାଇଥିଲା।
ସମସ୍ତ ଯାଞ୍ଚ ଓ ଶୁଣାଣିକୁ ଭିତ୍ତି କରି ପଟ୍ଟା ବଣ୍ଟନ କରାଯାଇଥିବା ତହସିଲଦାର ଏ. ସ୍ନେହଲତା ସୂଚନା ଦେଇଛନ୍ତି।
ଏହି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ଅତିରିକ୍ତ ତହସିଲଦାର ସୁନୀଲ ଶବର, ରାଜସ୍ୱ ସୁପରଭାଇଜର ମନୋଜ ଶବର, ରାଜସ୍ୱ ନିରୀକ୍ଷକ ସନ୍ତୋଷ ଦାସ ଓ ଅମିନ ରାମଲତା ଗମାଙ୍ଗଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
ଉତ୍ତରାଧିକାରୀଙ୍କ ନାମରେ ପଟ୍ଟା ହେବା ପରେ ସେମାନେ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ପାଇପାରିବେ ବୋଲି ହିତାଧିକାରୀମାନେ ମତପ୍ରକାଶ କରିଛନ୍ତି।

More Stories
ସରକାର କଲେ ବଡ଼ ଘୋଷଣା: ବଢିଲା ଅନ୍ତ୍ୟୋଦୟ ଯୋଜନାର ଅବଧି |
ଖେମୁଣ୍ଡି କଲେଜ ଛାତ୍ର ସଂସଦ ନିର୍ବାଚନ: ସଭାପତି ପଦବୀ ଫଳାଫଳକୁ ନେଇ ଦ୍ୱନ୍ଦ୍ୱ
ପ୍ରତିବାଦ ମଧ୍ୟରେ ନିର୍ବାଚନ ଆୟୋଗଙ୍କ ବଡ଼ ଘୋଷଣା: ୧୭ ରାଜ୍ୟରେ ହେବ ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ