ଭୁବନେଶ୍ୱର,୩୦।୯: ମା’ ଜଗତଜନନୀ ଦୁର୍ଗାଙ୍କ ମଙ୍ଗଳବାର ଅଷ୍ଟମୀ ପୂଜା ଅବସରରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ରାଜ୍ୟବାସୀଙ୍କୁ ଏକ ବଡ଼ ସୂଚନା ଦେଇଛନ୍ତି। ପୁରୀ ଶ୍ରୀମନ୍ଦିରର ୧ କିମି ପରିଧି ଏବଂ ବଡ଼ଦାଣ୍ଡରେ ମଦ ଦୋକାନ ରହିବ ନାହିଁ ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି।
ଏପରରିକି ବଡ଼ଦାଣ୍ଡ ଏବଂ ସଂଯୋଗ କରୁଥିବା ଛୋଟ ଛୋଟ ରାସ୍ତାରେ ଆମିଷ ବିକ୍ରି ବନ୍ଦ କରିବାକୁ ମନ୍ତ୍ରୀ କହିଛନ୍ତି। ଆଧ୍ୟାତ୍ମିକତାର ସୁରକ୍ଷା ଏବଂ ମନ୍ଦିର ପାଖେ କୌଣସି ତାମସିକ କଥା ନ ରହୁ। ମଦ ବିକ୍ରି ବନ୍ଦ ପଲିସୀ ଆସିବା ପରେ ଏହା କଡ଼ାକଡ଼ି କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ କହିଛନ୍ତି।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…