— ବିହାରରେ ସ୍ଵତନ୍ତ୍ର ପୁଙ୍ଖାନୁପୁଙ୍ଖ ପୁନଃନିରୀକ୍ଷଣ(ଏସଆଇଆର) କାର୍ଯ୍ୟକାରୀ ହେବା ପରେ ନିର୍ବାଚନ ଆୟୋଗ ମଙ୍ଗଳବାର ଚୂଡ଼ାନ୍ତ ଭୋଟର ତାଲିକା ଜାରି କରିଛନ୍ତି। ଏହି ଭୋଟର ତାଲିକା ଆଧାରରେ ଆଗାମୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ଆୟୋଗ(ଇସି) ନିଜର ଓ୍ବେବସାଇଟରେ ଏହି ତାଲିକା ଅପଲୋଡ କରିଛନ୍ତି। ଚୂଡ଼ାନ୍ତ ତାଲିକାରେ ପାଟନା ଜିଲାରେ ୧ ଲକ୍ଷ ୬୩ ହଜାର ମତଦାତା ବୃଦ୍ଧି ପାଇଛନ୍ତି। ସେହିପରି ମୁଜଫରପୁର ଜିଲାରେ ୮୮ ହଜାର ୧୦୮ ଭୋଟର ବଢ଼ିଛନ୍ତି।
ରିପୋର୍ଟ ଅନୁସାରେ ବିହାରର ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଭୋଟର ତାଲିକାକୁ ଜିଲା ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିବେ। ଭୋଟରମାନେ ମଧ୍ୟ ନୂତନ ତାଲିକାରେ ନିଜ ନାମକୁ ଯାଞ୍ଚ କରିପାରିବେ। ସେମାନେ ଇସିଙ୍କ ଓ୍ବେବସାଇଟ୍କୁ ଯାଇ ନିଜ ନାଁ ରହିଛି କି ନାହିଁ ଦେଖିପାରିବେ। ନିର୍ବାଚନ ଆୟୋଗ ଅଧିକାରୀମାନେ ଆସନ୍ତା ୫ ଏବଂ ୬ ତାରିଖରେ ନିର୍ବାଚନ ହେବାକୁ ଥିବା ରାଜ୍ୟକୁ ଗସ୍ତ କରି ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ। ଏହା ପରେ ଆୟୋଗଙ୍କ ପକ୍ଷରୁ ତାରିଖ ଘୋଷଣା କରାଯିବ।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…