ଭୁବନେଶ୍ୱର: ଖୋର୍ଦ୍ଧା ରୋଡ୍ ଡିଭିଜନ୍ରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ଓଡ଼ିଶାର ବିଭିନ୍ନ ରୁଟ୍ରେ ଚଳାଚଳ କରୁଥିବା ୪ଟି ମେମୁ ଟ୍ରେନ୍ ସେବାକୁ ଅକ୍ଟୋବର ୨୦ରୁ ବାତିଲ୍ କରାଯାଇଥିବା ନେଇ ସୋମବାର ପୂର୍ବତଟ ରେଳପଥ (ECoR) ପକ୍ଷରୁ ସୂଚନା ଦିଆଯାଇଛି।
ପୂର୍ବତଟ ରେଳପଥର ସୂଚନା ଅନୁଯାୟୀ, କଟକ–ଭଦ୍ରକ–କଟକ ରୁଟ୍ରେ ଚଳାଚଳ କରୁଥିବା ଦୁଇଟି ମେମୁ ଟ୍ରେନ୍ ସେବା ଅକ୍ଟୋବର ୨୦ରୁ ୨୫ ତାରିଖ ପର୍ଯ୍ୟନ୍ତ ବାତିଲ୍ ରହିବ। ସେହିପରି ଭୁବନେଶ୍ୱର–ବ୍ରହ୍ମପୁର–ଭୁବନେଶ୍ୱର ଏବଂ ଖୋର୍ଦ୍ଧା ରୋଡ୍–ପୁରୀ–ଖୋର୍ଦ୍ଧା ରୋଡ୍ ରୁଟ୍ରେ ଚଳାଚଳ କରୁଥିବା ମେମୁ ଟ୍ରେନ୍ଗୁଡ଼ିକୁ ମଧ୍ୟ ନିର୍ଦ୍ଦିଷ୍ଟ ସମୟ ପାଇଁ ବାତିଲ୍ କରାଯାଇଛି।
ବାତିଲ୍ ହୋଇଥିବା ଟ୍ରେନ୍ଗୁଡ଼ିକ ମଧ୍ୟରେ କଟକ–ଭଦ୍ରକ–କଟକ ରୁଟ୍ର ଟ୍ରେନ୍ ନମ୍ବର ୬୮୪୨୪/୬୮୪୨୩ ଏବଂ ୬୮୪୩୮/୬୮୪୩୭ ରହିଛି। ଏହି ଦୁଇ ଯୋଡ଼ା ଟ୍ରେନ୍ ଅକ୍ଟୋବର ୨୦ରୁ ୨୫ ତାରିଖ ପର୍ଯ୍ୟନ୍ତ ଚଳାଚଳ କରିବ ନାହିଁ।
ସେହିପରି ଭୁବନେଶ୍ୱର–ବ୍ରହ୍ମପୁର ରୁଟ୍ରେ ଚଳାଚଳ କରୁଥିବା ଟ୍ରେନ୍ ନମ୍ବର ୬୮୪୧୧/୬୮୪୧୨ ଅକ୍ଟୋବର ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ବାତିଲ୍ ରହିବ।
ଅନ୍ୟପକ୍ଷରେ, ଖୋର୍ଦ୍ଧା ରୋଡ୍–ପୁରୀ–ଖୋର୍ଦ୍ଧା ରୋଡ୍ ରୁଟ୍ରେ ଚଳାଚଳ କରୁଥିବା ଟ୍ରେନ୍ ନମ୍ବର ୬୮୪୦୯/୬୮୪୧୦କୁ ୨୦୨୬ ଅକ୍ଟୋବର ୨୧ରୁ ୨୦୨୭ ଜାନୁଆରୀ ୧୧ ତାରିଖ ପର୍ଯ୍ୟନ୍ତ ବାତିଲ୍ କରାଯାଇଛି।
ଖୋର୍ଦ୍ଧା ରୋଡ୍ ଡିଭିଜନ୍ରେ ଚାଲିଥିବା ରେଳ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ଏହି ଟ୍ରେନ୍ ସେବାଗୁଡ଼ିକୁ ବାତିଲ୍ କରାଯାଇଛି।
ଏହି ପରିପ୍ରେକ୍ଷୀରେ ଯାତ୍ରୀମାନଙ୍କୁ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଟ୍ରେନ୍ର ସର୍ବଶେଷ ସ୍ଥିତି ଯାଞ୍ଚ କରିବା ସହ ଆବଶ୍ୟକ ପଡ଼ିଲେ ବିକଳ୍ପ ଯାତାୟାତ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି, ଯାହାଦ୍ୱାରା ଅଯଥା ଅସୁବିଧାରୁ ରକ୍ଷା ପାଇହେବ।
More Stories
ବର୍ଷା କ୍ଷତିଗ୍ରସ୍ତ ଚାଷୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ସମବେଦନା, ଦୁର୍ଗାପୂଜା ମଣ୍ଡପ ପରିଦର୍ଶନରୁ ଦୂରେଇ ରହିଲେ |
ଓଡ଼ିଆ ପୁଅଙ୍କୁ ବଡ଼ ଦାୟିତ୍ୱ ଦେଲା BCCI: ପ୍ରଜ୍ଞାନ ଓଝା ହେଲେ ଟିମଇଣ୍ଡିଆର ନୂଆ ମୁଖ୍ୟ ଚୟନକର୍ତ୍ତା
୭୮ ବର୍ଷ ପରେ ଭାରତୀୟ କ୍ରିକେଟ୍ରେ ଘଟିଲା ବିରଳ ଘଟଣା: ରଣଜୀ ଟ୍ରଫିରେ ଚିନ୍ମୟ ରଚିଲେ ଇତିହାସ