ଭୁବନେଶ୍ୱର: ଅବିରତ ବର୍ଷା ଯୋଗୁଁ ଫସଲ କ୍ଷତିର ସମ୍ମୁଖୀନ ହୋଇଥିବା ଚାଷୀଙ୍କ ପ୍ରତି ଏକାତ୍ମତା ଓ ସମବେଦନା ପ୍ରକାଶ କରି ଦୁର୍ଗାପୂଜା ମଣ୍ଡପ ପରିଦର୍ଶନରୁ ଦୂରେଇ ରହିଲେ ମୁଖ୍ୟମନ୍ତ୍ରୀ। ବର୍ଷା ଯୋଗୁଁ ଚାଷୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ସେମାନଙ୍କ ଦୁଃଖ ଓ ଯନ୍ତ୍ରଣା ପ୍ରତି ସମବେଦନା ଜଣାଇବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।
ଅପ୍ରତ୍ୟାଶିତ ବର୍ଷା ଯୋଗୁଁ ଚାଷଜମିରେ ପାଣି ଜମିବା ସହ ଅନେକ ସ୍ଥାନରେ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି। ଏହା ଚାଷୀଙ୍କ ଆର୍ଥିକ ସ୍ଥିତିକୁ ପ୍ରଭାବିତ କରିବା ସହ ସେମାନଙ୍କ ମଧ୍ୟରେ ଚିନ୍ତା ବଢ଼ାଇଛି।
ଏଭଳି ପରିସ୍ଥିତିରେ ଉତ୍ସବ ପାଳନ ଅପେକ୍ଷା ବର୍ଷା କ୍ଷତିଗ୍ରସ୍ତ ଚାଷୀଙ୍କ ସହ ଛିଡ଼ା ହେବାର ବାର୍ତ୍ତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ବୋଲି କୁହାଯାଉଛି।
ତେବେ ବର୍ଷାରେ କ୍ଷତିଗ୍ରସ୍ତ ଚାଷଜମିର ସଠିକ୍ ଆକଳନ, କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଏବଂ ଫସଲ କ୍ଷତିର ଭରଣା ପାଇଁ ସରକାରୀ ପଦକ୍ଷେପ ଉପରେ ଏବେ ଚାଷୀଙ୍କ ନଜର ରହିଛି।
More Stories
ଅକ୍ଟୋବର ୨୦ରୁ ୪ଟି ମେମୁ ଟ୍ରେନ୍ ସେବା ବାତିଲ୍ କଲା ପୂର୍ବତଟ ରେଳପଥ (ECoR)
ଓଡ଼ିଆ ପୁଅଙ୍କୁ ବଡ଼ ଦାୟିତ୍ୱ ଦେଲା BCCI: ପ୍ରଜ୍ଞାନ ଓଝା ହେଲେ ଟିମଇଣ୍ଡିଆର ନୂଆ ମୁଖ୍ୟ ଚୟନକର୍ତ୍ତା
୭୮ ବର୍ଷ ପରେ ଭାରତୀୟ କ୍ରିକେଟ୍ରେ ଘଟିଲା ବିରଳ ଘଟଣା: ରଣଜୀ ଟ୍ରଫିରେ ଚିନ୍ମୟ ରଚିଲେ ଇତିହାସ