ସୁର ଭାଇଙ୍କ 81 ତମ ଜନ୍ମ ଦିନ


ସୁର ଭାଇଙ୍କ 81 ତମ ଜନ୍ମ ଦିନରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ପାଇଁ ବହୁତ ମନ୍ତ୍ରୀ,ଏମପି, ବିଧାୟକ, ପୂର୍ବତନ( ମନ୍ତ୍ରୀ, ଏମପି, ବିଧାୟକ)କର୍ପୋରେଟର ଓ କର୍ମୀ ନେତା ମାନଙ୍କ ବିଶାଳ ଜନ ସମାବେଶ ମାଉସୀମା ଛକ ଠାରୁ ଆରମ୍ଭ କରି ମାଉସିମା ମନ୍ଦିର ପ୍ରଯ୍ୟନ୍ତ ହଜାର ହଜାର ଜନ ସାଧାରଣଙ୍କ ସମାବେଶ।ସୁର ରାଉତ ରାୟ ପ୍ରତି ବର୍ଷ ଜନ୍ମ ଦିନ ପାଳନ କରନ୍ତି ବହୁତ ଧୁମ ଧାମ ରେ ପ୍ରସାଦ ବଣ୍ଟନ ସହିତ ମେଲୋଡି କାର୍ଯ୍ୟକ୍ରମ କରାଯାଇଥାଏ। ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ସୁର ରାଉତ ରାୟ ସକାଳୁ ନିତ୍ୟ ବ୍ୟବହୃତ କାର୍ଯ୍ୟ ସରିଲା ପରେ ଗାଧୋଇ ମନ୍ଦିର(ଲିଙ୍ଗରାଜ,ମାଉସୀମା ମନ୍ଦିର, ଅନ୍ୟାନ ମନ୍ଦିର,ଚର୍ଚ୍ଚ ଓ ମସଜିଦ ଯାଇ ଦର୍ଶନ କରିସାରିଲା ପରେ BMC ହସ୍ପିଟାଲ, ୟୁନିଟ -6 ସରକାରୀ ହସ୍ପିଟାଲ ଯାଇ ସେଠାରେ ଥିବା ରୋଗୀ ମାନଂକୁ ଫଳ ବଣ୍ଟନ କରିସାରିବା ପରେ ବଢ଼େଇ ବାଙ୍କ ଛକରେ ଥିବା ଶ୍ରମିକ ମାନଂକୁ ଫଳ ବଣ୍ଟନ କରି ବ୍ଲଡ଼ donate କରି ସାରି, ଜଟଣୀ ରେ ପହଂଚି ଜଟଣୀ ରେ ମନ୍ଦିର ଦର୍ଶନ କରିସାରି ଜଟଣୀ ସରକାରୀ ଡାକ୍ତରଖାନା ଓ ରେଲୱେ ଡାକ୍ତର ଖାନା ରେ ରୋଗୀ ମାନଂକୁ ଫଳ ବଣ୍ଟନ କରିବା ସଙ୍ଗେ ସଙ୍ଗେ ଜଟଣୀ ରେ ଥିବା ନିଜର କର୍ମୀ ଭାଇ ମାନଙ୍କ ପାଖକୁ ଯାଇ ନିଜ ଜନ୍ମ ଦିନର ଖୁସି ବାଣ୍ଟୁ ଥିଲେ ଜଟଣୀ ରୁ ଫେରି ଆସିଲା ପରେ ବ୍ଲଡ଼ donate କରି ଥିଲେ। ଏହା ପରେ ମାଉସୀମା ମନ୍ଦିର ପରିସରରେ ବୃକ୍ଷ ରୋପଣ ମଧ୍ୟ୍ୟ କରି ସମାଜକୁ ମେସେଜ ଦେଇଥିଲେ ଗଛ ଲଗାଅ ଜୀଵନ ବଞ୍ଚାଓ। ଏହା ପରେ ମାଉସୀମା ମନ୍ଦିର ପରିସରରେ ନିଜ ଜନ୍ମ ଦିନର ଖୁସି ବାଣ୍ଟିବା ପାଇଁ ସମସ୍ତ ମନ୍ତ୍ରୀ, ସାଂସଦ, ବିଧାୟକ,ମେୟର,କର୍ପୋରେଟର, ପୃବତ୍ତନ(ମନ୍ତ୍ରୀ, ସାଂସଦ, ବିଧାୟକ, ମେୟର,କର୍ପୋରେଟର )ସମସ୍ତ ଦର୍ଶକ ମାନଙ୍କୁ ଉତ୍କଣ୍ଠାର ସହିତ ଅପେକ୍ଷା କରିଥିଲେ।ସେ କହିଥିଲେ ମୋର କିଛି ବାଛ ବିଚାର ନାହିଁ,ଜାତି ଅଜାତି ହିନ୍ଦୁ, ମୁସଲିମ, ଖ୍ରୀଷ୍ଟିଆନ ସମସ୍ତେ ଭାଇଜରା ରଖି ଚଳିବା ଉଚିତ ବୋଲି ସୁର ଭାଇ ମେସେଜ ଦେଇଥିଲେ।family ମେମ୍ବର ମାନଙ୍କ ଭିତରେ ଧନୀ, ଗରିବ ଓ ଅସହାୟ ବ୍ୟକ୍ତି ମାନଙ୍କୁ କିଛି ସାହାଯ୍ୟ କରି ପ୍ରସାଦ ଖାଈ କରି ଯିବା ପାଇଁ ସମସ୍ତ ଦର୍ଶକ ମାନଙ୍କୁ କହୁଥିଲେ।ମାଉସୀ ମା ମନ୍ଦିର ନିକଟରେ ଆଜି ହଜାର ହଜାର ଦର୍ଶକ ମାନଙ୍କ ପାଇଁ ପ୍ରସାଦ ବଣ୍ଟନ କରିଥିଲେ। ଶେଷରେ ମେଲୋଡି କାର୍ଯ୍ୟକ୍ରମ ପାଖକୁ ଏବଂ ମାଉସୀ ମା ମନ୍ଦିର ନିକଟକୁ ଯାଇ ନିଜର ଖୁସି ବାଣ୍ଟୁ ଥିଲେ ସମସ୍ତ ଦର୍ଶକ ମାନଙ୍କୁ। ପ୍ରତିବର୍ଷ ଏହି ସବୁ କାର୍ଯ୍ୟକ୍ରମ ମୋର ଜନ୍ମ ଦିନରେ ପାଳନ କରାଯିବ ବୋଲି ସମସ୍ତ ସାମ୍ବାଦିକ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ।


error: Content is protected !!