ଜଣେ ମାଙ୍କ ଗର୍ଭ ରୁ ଏକା ସାଙ୍ଗେ ୩ ଶିଶୁକନ୍ୟା ଜନ୍ମ ।
ନୂଆପଡା
ନୂଆପଡା ଜିଲା ମୁଖ୍ୟ ଚିକିତ୍ସାଲୟରେ ଆଜି ଏକ ମାଁ ୩ ଟି ଶିଶୁ କନ୍ୟା ଜନ୍ମ ଦେଇଛନ୍ତି । ୩ ଜଣ ନବଜାତକ ଶିଶୁକନ୍ୟା ଜନ୍ମ ହୋଇଛନ୍ତି ବୋଲି ଖବର ପ୍ରଚାରିତ ହେଲା ପରେ ଦେଖିବା ପାଇଁ ଲୋକଙ୍କ ଭିଡ ଲାଗି ରହିଛି । ହେଲେ ଚିକିତ୍ସାଲୟ କର୍ମଚାରୀ ମାନେ ଦେଖି ଦେଉ ନାହାନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ନୂଆପଡ଼ା ସଦର ବ୍ଳକ ଜାମପାଣି ଗାଁ ର ଦେଓସରନ ସାହୁଙ୍କ ସ୍ତ୍ରୀ ରାଜଶ୍ରୀ ସାହୁ (୨୩) ବୁଧବାର ସକାଳେ ଗର୍ଭ ଯନ୍ତ୍ରଣା ଅନୁଭବ କଲା ପରେ ସାଙ୍ଗେ ସାଙ୍ଗ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ଆଣି ଭର୍ତି କରିଥିଲେ । କିଛି ସମୟ ପରେ ନରମାଲି ଭାବରେ ସକାଳ ୮ ଟା ୨୧ ମିନିଟ ରେ ପ୍ରଥମ ଶିଶୁକନ୍ୟା ଜନ୍ମ ହେଇଥିବା ବେଳେ ଦ୍ବିତୀୟ କନ୍ୟା ୮ ଟା ୨୬ ରେ ଓ ୮ ଟା ୨୯ ରେ ତୃତୀୟ ଶିଶୁକନ୍ୟା ଜନ୍ମ ହୋଇଥିଲେ । ପ୍ରଥମ ଶିଶୁ କନ୍ୟାର ଓଜନ ୧ କିଲ୍ଲା ୯ ଶହ ୩୦ ଗ୍ରାମ ଥିବାବେଳେ ଦ୍ଵିତୀୟ ଶିଶୁ କନ୍ୟା ୧ କିଗ୍ରା ୯ ଶହ ୧୦ ଗ୍ରାମ ଓ ତୃତୀୟ କନ୍ୟା ୨ କିଲ୍ଲା ୨ ଶହ ଗ୍ରାମ ରହିଛି । ବର୍ତମାନ ୩ ଜଣ ନବଜାତ ଶିଶୁ କନ୍ୟା ସୁସ୍ଥ ଥିବା ଜଣା ପଢିଛି I ରାଜଶ୍ରୀଙ୍କ ଗର୍ଭ ରୁ ୨୦୨୨ ମାର୍ଚ୍ଚ ୧୯ ରେ ଏକ ଶିଶୁକନ୍ୟା ଜନ୍ମ ହେଇଥିଲେ । ଆଜି ୩ ଜଣ ଶିଶୁ କନ୍ୟା ଜନ୍ମ ଦେଇଛନ୍ତି । ୩ ଜଣ ଶିଶୁ କନ୍ୟା ମଧ୍ୟରୁ ୨ ଜଣ ଶିଶୁ ୨ କିଲୋଗ୍ରାମ ତଳକୁ ରହିଥିବାରୁ ଏସ ଏନସିୟୁ ଭିତରେ ରଖାଯିବା କଥା । ଏସଏନସିୟୁରେ ରଖନ୍ତୁ ବୋଲି କହି ବାହାରେ ରଖା ଯାଇଛି । ବାହାରେ ଥାଇ ମଧ୍ୟ ଶିଶୁ କନ୍ୟା ମାନଙ୍କୁ କର୍ମଚାରୀ ମାନେ ଦେଖାଇ ଦେଉ ନାହାନ୍ତି ବୋଲି ନବଜାତ ଶିଶୁକନ୍ୟାଙ୍କ ବାପା ଦେଓସରନ ସାହୁ ଅଭିଯୋଗ କରିଛନ୍ତି l
ନୂଆପଡ଼ା ରୁ ସୁରେଶ ଦଣ୍ଡସେନା ଙ୍କ ରିପୋର୍ଟ now odisha news
More Stories
ବିରେନ ମିତ୍ରଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୁରମା ପାଢ଼ୀ
ଆଠଗଡ଼ ମହୋତ୍ସବ ନିମନ୍ତେ ଦ୍ଵିତୀୟ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ତଥା ଆଠଗଡ଼ ମହୋତ୍ସବ
ଜିପିଏଚ ଉପଖଣ୍ଡ ୧ଓ୨ ରୁ ଆରଟିଆଇରେ ମିଳୁନାହିଁ ତଥ୍ୟ ।ରାଜ୍ୟ ସୂଚନା କମିଶନଙ୍କୁ ଅଭିଯୋଗ ।