ଆଠଗଡ ମହୋତ୍ସବ ନିମନ୍ତେ ଦ୍ଵିତୀୟ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ।
ଆଠଗଡ଼ ତା ୨୭/୧୧/୨୦୨୪ରିଖ – ଆଠଗଡ଼ ମହୋତ୍ସବ ନିମନ୍ତେ ଦ୍ଵିତୀୟ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ତଥା ଆଠଗଡ଼ ମହୋତ୍ସବ କମିଟିର କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରହଲ୍ଲାଦ ନାରାୟଣ ଶର୍ମାଙ୍କ ଅଧ୍ୟକ୍ଷତାରେ ଆଠଗଡ଼ ପଂଚାୟତ ସମିତି କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ଆଠଗଡ଼ ମହୋତ୍ସବ ଆସନ୍ତା ଡିସେମ୍ବର ମାସ ୧୮ ତାରିଖରୁ ଆରମ୍ଭ ହୋଇ ୨୨ତାରିଖରେ ଶେଷ ହେବା ପାଇଁ ସ୍ଥିର କରାଗଲା । ପୂର୍ବ ପ୍ରସ୍ତୁତି ବୈଠକ ନିଷ୍ପତ୍ତି ଆନୁସାରେ ବିଗତ କମିଟି କୁ ଭଙ୍ଗ କରାଯାଇ ବଜାର କମିଟି ଦ୍ୱାରା ନୂତନ କମିଟି ଗଠନ କରାଯାଇ ପ୍ରଶାସନକୁ ହସ୍ତଗତ କରାଯାଇଥିଲା । ଆଠଗଡ଼ ମହୋତ୍ସବ ନିମନ୍ତେ ସଭାପତି ଭାବେ ମାନ୍ୟବର ବିଧାୟକ, ଆଠଗଡ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସେହିପରି କାର୍ଯ୍ୟକାରୀ ସଭାପତି ଭାବେ ଉପଜିଲ୍ଲାପାଳ ଆଠଗଡ଼ ଶ୍ରୀଯୁକ୍ତ ପ୍ରହଲ୍ଲାଦ ନାରାୟଣ ଶର୍ମା, ଆବାହକ ରୂପେ ଶ୍ରୀଯୁକ୍ତ ଫଣୀ ଭୂଷଣ ରଥ, ବରିଷ୍ଠ ଆଇନଜୀବୀ, ଉପସଭାପତି ଶ୍ରୀମତୀ ମିନତୀ ଆଚାର୍ଯ୍ୟ, ଅଧ୍ୟକ୍ଷା ପଂଚାୟତ ସମିତି ଆଠଗଡ଼, ସମ୍ପାଦକ ଶ୍ରୀମତୀ ସସ୍ମିତା ରାଉତ, ଅଧ୍ୟକ୍ଷା ବିଜ୍ଞାପିତ ଅଂଚଳ ପରିଷଦ ଆଠଗଡ଼, ଶ୍ରୀଯୁକ୍ତ କ୍ଷେତ୍ରମୋହନ ସ୍ୱାଇଁ, ତହସିଲଦାର ଆଠଗଡ଼ଙ୍କୁ ସଂଯୋଜକ ନିମନ୍ତେ ବୈଠକରେ ସ୍ଥିର କରାଗଲା। ମହୋତ୍ସବ କୁ ସଫଳ ଓ ସରସ ସୁନ୍ଦର କରିବା ନିମନ୍ତେ ୧୩ ଗୋଟି କମିଟି ଗଠନ କରାଗଲା । ଯଥା ସମନ୍ୱୟ କମିଟି, ଉପଦେଷ୍ଟା ମଣ୍ଡଳୀ, ସ୍ମରଣିକା ସମ୍ପାଦନ ମଣ୍ଡଳୀ, ଆଇନ ପରାମର୍ଶ ଦାତା, ପ୍ରତିଯୋଗିତା ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ, ବିଜ୍ଞାପନ ସଂଗ୍ରହ ଓ ପ୍ରଶାରଣ, ଅତିଥି ଚୟନ ଓ ନିମନ୍ତ୍ରଣ, ଆଇନ ଶୃଙ୍ଖଳା ଓ ପରିଚାଳନା, ଅଭ୍ୟର୍ଥନା, ଖାଦ୍ୟ ଓ ଜଳଯୋଗାଣ, ଅର୍ଥକମିଟି, ବ୍ୟୟ ଓ ସମୀକ୍ଷା କମିଟି ଏବଂ ସ୍ୱାସ୍ଥ୍ୟ ଓ ପରିମଳ । ଆଜିର ଏହି ପ୍ରସ୍ତୁତି ବୈଠକରେ ଆଠଗଡ଼ ମହୋତ୍ସବ କିପରି ଶାନ୍ତି ଶୃଙ୍ଖଳା ଓ ସଫଳତାର ସହ ପାଳନ କରାଯିବ ତାହା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ଆଜିର ଏହି ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷା, ଆଠଗଡ଼ ବିଜ୍ଞାପିତ ଅଂଚଳ ପରିଷଦ ଶ୍ରୀମତୀ ସସ୍ମିତା ରାଉତ, ମଣ୍ଡଳ ଉନ୍ନୟନ ଅଧିକାରୀ,ଶ୍ରୀ ବିଜୟ କେତନ ଚୌଧୁରୀ, ତହସିଲଦାର, ଆଠଗଡ ଶ୍ରୀ କ୍ଷେତ୍ରମୋହନ ସ୍ୱାଇଁ, ଉପକୋଷାଗାର ଅଧିକାରୀ ଶ୍ରୀ ନୃସିଂହ ପ୍ରଶାଦ ଦାଶ, ମଣ୍ଡଳ ବିତ୍ତ ଅଧିକାରୀ, ଆଠଗଡ଼ ଶ୍ରୀ ନବକୁମାର କଟକିଆଙ୍କ ସମେତ ବଜାର କମିଟିର ସଦସ୍ୟ, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିବାବେଳେ ବରିଷ୍ଠ ଆଇନଜୀବୀ ଶ୍ରୀ ଫଣୀ ଭୂଷଣ ରଥ ଧନବାଦ ଅର୍ପଣ କରିଥିଲେ।
More Stories
ଜଣେ ମାଙ୍କ ଗର୍ଭ ରୁ ଏକା ସାଙ୍ଗେ ୩ ଶିଶୁକନ୍ୟା ଜନ୍ମ ।
ଆସନ୍ତା ମାର୍ଚ୍ଚ ୭ ତାରିଖରେ ମିଳିବ ପ୍ରଥମ କିସ୍ତିର ଶେଷ ପର୍ଯ୍ୟାୟ ଟଙ୍କା ।
ରାଷ୍ଟ୍ରୀୟ ପତ୍ରକାର ମହାସଂଘ ଦ୍ୱାରା ଜାତୀୟ ପ୍ରେସ ଦିବସ ପାଳିତ ଓ ଯନ୍ତର ମନ୍ତରଠାରେ ମହାଧାରଣା ଅନୁଷ୍ଠିତ