March 13, 2026

Now Odisha

Now Odisha

ହାତୀଙ୍କ ପାଇଁ ଘର ତିଆରିବେ ସରକାର…

Spread the love

ଭୁବନେଶ୍ବର : ଜଙ୍ଗଲରେ ଖାଦ୍ୟ ଅଭାବ ଯୋଗୁ ଜନବସତି ମୁହାଁ ହେଉଛନ୍ତି ହାତୀ। ହାତୀ ସୁରକ୍ଷା ପାଇଁ ରାଜ୍ୟ ସରକାର ଦୀର୍ଘକାଳୀନ ଯୋଜନା ଆଣିବାକୁ ଯାଉଛନ୍ତି। ତେଣୁ ଜଙ୍ଗଲ ଭିତରେ ହାତୀଙ୍କ ପାଇଁ ପଣସ, ଆମ୍ବ, ବାଉଁଶ ଆଦି ଗଛ ଲଗାଯିବ। ଓଡ଼ିଶାରେ ୨୧୦୦ରୁ ଊର୍ଦ୍ଧ୍ବ ହାତୀ ଅଛନ୍ତି। ସେ ଭିତରୁ ୪୦୦ ହାତୀଙ୍କ ଘର ନାହିଁ। ସେମାନଙ୍କର ଘର ଅଭାବ ଯୋଗୁଁ ଏଣେତେଣେ ବୁଲୁଛନ୍ତି। ସରକାର ହାତୀଙ୍କ ପାଇଁ ଘର କରିବେ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ କହିଛନ୍ତି। ଏଥିସହ ସେ କହିଛନ୍ତି, ଏବେ ଜୀବଜନ୍ତୁଙ୍କ ସଂଖ୍ୟା ବଢିଛି। ଆମ ସରକାର ଘର ତିଆରି କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜି ହୋଇଥିବା ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

error: Content is protected !!