ପାର୍ବଣରେ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର। କେନ୍ଦ୍ର କ୍ୟାବିନେଟ ବୁଧବାର ନିଜର କର୍ମଚାରୀ ଓ ପେନସନଧାରୀଙ୍କ ମହଙ୍ଗା ଭତ୍ତାକୁ ୩% ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସଂଶୋଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ଜୁଲାଇ ୧ରୁ ଲାଗୁ ହେବ ବୋଲି କୁହାଯାଇଛି। ମହଙ୍ଗା ଭତ୍ତା ବୃଦ୍ଧି ନିଷ୍ପତ୍ତି ଦେଶର ୧ କୋଟି କେନ୍ଦ୍ରୀୟ କର୍ମଚାରୀ ଓ ପେନସନଧାରୀଙ୍କୁ ଲାଭ ଦେବ। କିନ୍ତୁ ସରକାରଙ୍କ ଉପରେ ଏଥିପାଇଁ ୧୦ ହଜାର ୮୪ କୋଟି ଟଙ୍କାର ରାଜସ୍ୱ ବୋଝ ପଡ଼ିବ। ଚଳିତ ବର୍ଷ ମାର୍ଚ୍ଚ ମାସରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା(DA Hike) ୨% ବୃଦ୍ଧି କରିଥିଲେ। ଫଳରେ ମୂଳ ଦରମାରେ ଏହା ୫୩%ରୁ ୫୫%କୁ ବୃଦ୍ଧି ପାଇଥିଲା। ଏବେ ସରକାର ଆଉ ୩% ବୃଦ୍ଧି କରିଛନ୍ତି। ଅର୍ଥାତ ମହଙ୍ଗା ଭତ୍ତା ମୂଳଦରମାର ୫୮%ରେ ପହଞ୍ଚିଛି। - Now Odisha
Skip to content
Post Views: 11
error: Content is protected !!
More Stories
ସୁରକ୍ଷା ବାହିନୀ-ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଏକ ବଡ଼ ସଫଳତା
ଓଡିଶା ସରକାରଙ୍କର ବଡ଼ ନିଷ୍ପତି : ରାଜ୍ୟ ହେବ ତମ୍ବାଖୁ ମୁକ୍ତ
ସରକାରୀ ନିୟମକୁ ଫୁ’ : ଆନନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ର ପାଚେରୀ ନିର୍ମାଣରେ ବ୍ୟାପକ |