ପାର୍ବଣରେ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର। କେନ୍ଦ୍ର କ୍ୟାବିନେଟ ବୁଧବାର ନିଜର କର୍ମଚାରୀ ଓ ପେନସନଧାରୀଙ୍କ ମହଙ୍ଗା ଭତ୍ତାକୁ ୩% ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସଂଶୋଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ଜୁଲାଇ ୧ରୁ ଲାଗୁ ହେବ ବୋଲି କୁହାଯାଇଛି। ମହଙ୍ଗା ଭତ୍ତା ବୃଦ୍ଧି ନିଷ୍ପତ୍ତି ଦେଶର ୧ କୋଟି କେନ୍ଦ୍ରୀୟ କର୍ମଚାରୀ ଓ ପେନସନଧାରୀଙ୍କୁ ଲାଭ ଦେବ। କିନ୍ତୁ ସରକାରଙ୍କ ଉପରେ ଏଥିପାଇଁ ୧୦ ହଜାର ୮୪ କୋଟି ଟଙ୍କାର ରାଜସ୍ୱ ବୋଝ ପଡ଼ିବ। ଚଳିତ ବର୍ଷ ମାର୍ଚ୍ଚ ମାସରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା(DA Hike) ୨% ବୃଦ୍ଧି କରିଥିଲେ। ଫଳରେ ମୂଳ ଦରମାରେ ଏହା ୫୩%ରୁ ୫୫%କୁ ବୃଦ୍ଧି ପାଇଥିଲା। ଏବେ ସରକାର ଆଉ ୩% ବୃଦ୍ଧି କରିଛନ୍ତି। ଅର୍ଥାତ ମହଙ୍ଗା ଭତ୍ତା ମୂଳଦରମାର ୫୮%ରେ ପହଞ୍ଚିଛି। - Now Odisha
Skip to content
Post Views: 21
error: Content is protected !!
More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…