[6:31 pm, 26/08/2025] Rajat Mohanty: ନୂଆପଡା : ନୂଆପଡା ଜିଲ୍ଲା ଖଡିଆଳ ଥାନା ତୁକଲା ଗାଁରେ ଅଭାବନୀୟ ଘଟଣା ଘଟିଛି। ଅଗ୍ନିକାଣ୍ଡ ଦମ୍ପତି ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ମିଳିଛି। ସୌଭାଗ୍ୟବଶତଃ ୯ ମାସର ଶିଶୁ ପୁତ୍ରଟି ଅଳ୍ପକେ ବର୍ତ୍ତି ଯାଇଛି। ମିଳିଥିବା ସୂଚନା ଅନୁଯାୟୀ ବାପା ମାଆ ଦୁହେଁ ଶିଶୁଟିକୁ ଖେଳାଉଥିବାବେଳେ ହଠାତ୍ ଘରେ ନିଆଁ ଲାଗିଯାଇଥିଲା। ପରେ ସ୍ଥାନୀୟ ଲୋକେ ଏହାଦେଖି ଶିଶୁ ପୁତ୍ରଟିକୁ ଉଦ୍ଧାର କରିଥିଲେ। କିନ୍ତୁ ବାପା , ମାଆ ଦୁହେଁ ଘରୁ ବାହାରି ପାରିନଥିଲେ। ନିଆଁ ଲାଗି ଘରଟି ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଥିବାବେଳେ ଦମ୍ପତିଙ୍କ ର ମଧ୍ୟ ମୃତ୍ୟୁ ଘଟିଛି। ମୃତକ ରାଗେଶ ପଟେଲ ଏବଂ ତାଙ୍କ ପତ୍ନୀ ରୀମା ପଟେଲ ବୋଲି ଜଣାପଡିଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବାବେଳେ ବିଦ୍ୟୁତ୍ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।
[6:32 pm, 26/08/2025] Rajat Mohanty: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଲୋକସେବା ଭବନରେ ‘ ଆମ ଶାସନ ‘ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଜନସେବାର ଏହି ନୂତନ ବ୍ୟବସ୍ଥା ଦ୍ୱାରା କ୍ଷେତ୍ର ପରିଦର୍ଶନ ସମୟରେ ସରକାରୀ ଅଧିକାରୀମାନେ ମୋବାଇଲ ଆପ୍ ଏବଂ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀମାନେ ଟେଲିଫୋନ ମାଧ୍ୟମରେ ନାଗରିକମାନଙ୍କ ମତାମତ ନେବେ। ଏଥିସହ ସାଧାରଣ ଜନତା ବିଭିନ୍ନ ସରକାରୀ ସେବା ନେଇ ‘ଆମ ଶାସନ’ ବ୍ୟବସ୍ଥା ଅନ୍ତର୍ଗତ ସାମାଜିକ ଗଣମାଧ୍ୟମ, ହ୍ୱାଟ୍ସ ଆପ୍ ଚାଟ୍ (+91-7400221903), ୱେବସାଇଟ ଚାଟ୍ ବଟ୍ ଏବଂ ଟୋଲ ଫ୍ରି ନମ୍ବର 14471 ମାଧ୍ୟମରେ ନିଜର ମତାମତ ଜଣାଇପାରିବେ।

More Stories
୧୨ଟିକିଆ ହାତୀପଲଙ୍କ ଉତ୍ପାତ |
ଦୁର୍ଘଟଣାର ଦଶ ମିନିଟ୍ ମଧ୍ୟରେ ଆମ୍ବୁଲାନ୍ସ ଉପଲବ୍ଧ ହେବା ଉଚିତ |
ମୋକିମ ବହିଷ୍କାର ବିବାଦ, କଥାହେଲେ କେନ୍ଦ୍ରୀୟ ନେତା