ଭାରିଯାନ ମାନଙ୍କ ଠାରୁ ମୁନାଫା ଆଦାୟ କରୁଥିବା ବିଷୟ କୁ ନେଇ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀ ଓ ନିର୍ଦ୍ଦେଶକ ଦୁର୍ନୀତି ନିବାରଣ ବିଭାଗ ଉଦ୍ଦେଶ୍ୟ ରେ ପ୍ରଦାନ କରାଚନ୍ତି


ବ୍ରହ୍ମପୁର – ୪/୧୨/୨୪ ଜିଲ୍ଲା ସାମ୍ବାଦିକ ସଂଘ ଗଞ୍ଜାମ ଓ ଓଡ଼ିଶା ସାମ୍ବାଦିକ ମହାସଂଘ ଓଡ଼ିଶା ର ମିଳିତ ଆନୁକୁଲ୍ୟରେ, ନିକଟରେ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ଗଞ୍ଜାମ ଛତ୍ରପୁର ଙ୍କ ଅଧୀନରେ ଥିବା ଆନ୍ଧ୍ର ଓଡ଼ିଶା ସୀମାନ୍ତ ଗିରିଶୋଲା ନିକଟରୁ ବେନିୟମ ଉପାୟରେ ଭାରିଯାନ ମାନଙ୍କ ଠାରୁ ମୁନାଫା ଆଦାୟ କରୁଥିବା ବିଷୟ କୁ ନେଇ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀ ଓ ନିର୍ଦ୍ଦେଶକ ଦୁର୍ନୀତି ନିବାରଣ ବିଭାଗ ଉଦ୍ଦେଶ୍ୟ ରେ ପ୍ରଦାନ କରାଚନ୍ତି । ଗତ ୨୪ ତାରିଖ ରେ ଆରକ୍ଷୀ ଅଧିକ୍ଷକ ବ୍ରହ୍ମପୁର,ଅଚାନକ ଗୋଳନ୍ଥରା ଥାନା ଅଧିକାରୀ ଙ୍କ ସହଯୋଗ ରେ ଗିରିଶୋଲା ନିକଟସ୍ଥ ବିଭିନ୍ନ ସ୍ଥାନରେ ଚଢାଉ କରି ୩ ଜଣ ଦଲାଲ କୁ ଗିରଫ କରି ସେମାନଙ୍କୁ ଜେରା କରି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଗଞ୍ଜାମ ଛତ୍ରପୁର ର ଜଣେ ଉପ ଆଞ୍ଚଳିକ ଅଧିକାରୀ ଓ ଜଣେ ଉପ ନିରୀକ୍ଷକ ଙ୍କୁ ଗିରିଫ କରି କୋର୍ଟ ଚାଲାଣ କରିଥିଲେ। ଆରକ୍ଷୀ ଅଧିକ୍ଷକ ବ୍ରହ୍ମପୁର ଙ୍କ ପ୍ରତିକ୍ରିୟା ଅନୁଯାଇ ଯେଉଁ ଦଲାଲ୍ ମାନେ ବେନିୟମ ଉପାୟରେ ଟଙ୍କା ଆଦାୟ କରୁଥିଲେ ଭାରି ଜାନ ଚଳାଉଥିବା ବ୍ୟକ୍ତି ବିଶେଷ ଙ୍କୁ କହୁଥିଲେ ଯେ ଆମକୁ ଏଠାରେ ଟଙ୍କା ଦେଇ ସୀମା ପାର ହୋଇ ପଳlଅ , ନଚେତ୍ ଆଗରେ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଗାଡ଼ି ଅଛି ସେଠାରେ ବହୁତ୍ ଟଙ୍କା ଦେବାକୁ ପଡିବ, ବୋଲି କହି ବେନିୟମ ଭାବରେ ଟଙ୍କା ଆଦାୟ କରୁଥିଲେ।


error: Content is protected !!