ପର୍ବପର୍ବାଣୀର ଖୁସି ଭିତରେ କିଏ ଭରୁଛି ବିଷ ? ଅସାମାଜିକ ତତ୍ତ୍ୱଙ୍କୁ ଚିହ୍ନଟ କରିବାରେ କେଉଁଠି ରହୁଛି ତ୍ରୁଟି ? କଟକ ମହିଳା IPSଙ୍କୁ ଆକ୍ରମଣ ଘଟଣାରେ ଉଠିଲା ପ୍ରଶ୍ନ । ଐତିହ୍ୟ ସହର କଟକ । ଏଠାକାର ଭାଇଚାରା ଓ ସାମ୍ପ୍ରଦାୟିକ ସଦଭାବନା ସମସ୍ତଙ୍କ ପାଇଁ ଉଦାହରଣ । ଏଠାରେ ସବୁ ପର୍ବପର୍ବାଣି ମିଳିମିଶି ପାଳନ କରାଯାଏ ।ପର୍ବପର୍ବାଣୀର ଖୁସି ଭିତରେ କିଏ ଭରୁଛି ବିଷ ? ଅସାମାଜିକ ତତ୍ତ୍ୱଙ୍କୁ ଚିହ୍ନଟ କରିବାରେ କେଉଁଠି ରହୁଛି ତ୍ରୁଟି ? କଟକ ମହିଳା IPSଙ୍କୁ ଆକ୍ରମଣ ଘଟଣାରେ ଉଠିଲା ପ୍ରଶ୍ନ । ଐତିହ୍ୟ ସହର କଟକ । ଏଠାକାର ଭାଇଚାରା ଓ ସାମ୍ପ୍ରଦାୟିକ ସଦଭାବନା ସମସ୍ତଙ୍କ ପାଇଁ ଉଦାହରଣ । ଏଠାରେ ସବୁ ପର୍ବପର୍ବାଣି ମିଳିମିଶି ପାଳନ କରାଯାଏ ।କିନ୍ତୁ ଏହି ଭାଇଚାରା ସହରରେ ଉତ୍ସବ ଭିତରେ ବିଶୃଙ୍ଖଳା ଏବେ ସମସ୍ତଙ୍କ ମନରେ ଲଗାଇଛି ପ୍ରଶ୍ନଚିହ୍ନ । ଦୀପାବଳି ବାଣ ଫୁଟା ସମୟରେ ମହିଳା ଆଇପିଏସ୍ ଅଧିକାରୀଙ୍କୁ ଦୁର୍ବ୍ୟବହାର ଘଟଣା ହେଉ କି ଗତବର୍ଷ ଦୁର୍ଗାପୂଜା ଭସାଣ ଗଣ୍ଡଗୋଳ । ଏହାରି ପଛରେ ଏକ ଅସାମାଜିକ ତତ୍ତ୍ବଙ୍କ ହାତ ଥିବା ମାରୱାଡି ସମାଜର ସଭାପତି ଅଭିଯୋଗ କରିଛନ୍ତି । ତେବେ ପୂଜା କମିଟି, ଶାନ୍ତି କମିଟି ଏବଂ ବିଭିନ୍ନ ଅନୁଷ୍ଠାନ ପୂର୍ବରୁ ପୋଲିସକୁ ଅବଗତ କରାଇବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ସାମାଜିକ କର୍ମୀ ।
ଏପରି ଘଟଣାରେ ପୋଲିସର ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ । ପୋଲିସ ପାଖରେ କାହିଁକି ଏହି ଅସାମାଜିକ ତତ୍ତ୍ୱଙ୍କ ଖବର ପହଞ୍ଚି ପାରୁନି । ପୂର୍ବରୁ ସତର୍କତା ନନେଇ ଅପରାଧ ଘଟିବା ପରେ ତଦନ୍ତ ହେଉଛି । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ପୋଲିସକୁ ପୂର୍ବରୁ ଅବଗତ କରାଇବା ଏବଂ ସନ୍ଦେହଜନକ କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ଦେବା ନେଇ ରହିଛି ଦାୟିତ୍ୱବୋଧ । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜିବୀ ବିଭୂତି ଚୌଧୁରୀ । ତେଣୁ ପୋଲିସ ବିଭାଗ ଏବେଠୁ ଯତ୍ନବାନ ହେବାର ସମୟ ଆସିଛି ବୋଲି ସେ କହିଛନ୍ତି ।
ବାରମ୍ବାର ଏଭଳି ଘଟଣା ସହରର ଶାନ୍ତି ଓ ସଦଭାବନାକୁ ନେଇ ଉଠାଇଛି ବଡ଼ ପ୍ରଶ୍ନ । ସହରର ଭାଇଚାରାକୁ ଅକ୍ଷୁର୍ଣ୍ଣ ରଖିବା ସହ ଦୋଷୀଙ୍କୁ ଚିହ୍ନଟ କରି କଠୋର କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ବୋଲି କହିଛନ୍ତି ସହରବାସୀ ।
